କଟକ ସଦର : କଟକ ସଦରର ଜଣାଶୁଣା ସମାଜସେବୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବରାଳ ସାଇ ମନ୍ଦିରର ପ୍ରତିଷ୍ଠାତା ସଭ୍ୟ ସର୍ବୋପରି ଵୈୟାଳିସ ମୈ।ଜା ଅଞ୍ଚଳର ବରିଷ୍ଠ ମୁରଵି ସୁରେନ୍ଦ୍ର ନାଥ ବେହେରା (୭୫) ଙ୍କର ଆଜି ସୋମବାର ସକାଳେ ବରାଳ ବାସଭବନରେ ହୃଦଘାତରେ ଅକାଳ ବିୟୋଗ ଘଟିଛି। ମୃତ୍ୟୁ ଖଵର ଜଣାପଡିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଵା ବେଳେ ତାଙ୍କ ବାସଭବନକୁ ବ୍ୟକ୍ତିବିଶେଷ ଙ୍କ ସୁଅ ଛୁଟିଛି।
ଏହି ପରିପ୍ରେକ୍ଷୀରେ କଟକ ସଦର ବିଧାୟକ ପ୍ରକାଶ ସେଠୀ, କଟକ ସଦର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା, ସମାଜସେବୀ ଆରତ ରଞ୍ଜନ ବିଶ୍ଵାଳ,ପ୍ରମୁଖ ସୁରେନ୍ଦ୍ର ଙ୍କ ବାସ ଭବନରେ ପହଂଚି ଶେଷ ଦର୍ଶନ କରିଥିବା ବେଳେ ତାଙ୍କ ମୃତ୍ୟୁ ରେ ନଗରଖବରର ପ୍ରତିଷ୍ଠାତା ସଂପାଦକ ପ୍ରଦୀପ ଦାସ, ନଗରଖବରର ପରିଚାଳନା ସଂପାଦିକା ତଥା କଟକ ସଦର ବ୍ଲକ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, କଟକ ସଦରର ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ, ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା, ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ର ସଭାପତି ପ୍ରଫେସର ମନୋଜ ନାୟକ, କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, ପ୍ରକାଶ ଚୈ।ଧୁରୀ,ଶରତ ରାୟ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ମରଶରୀରକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ଼ ପୁଅ ସୁନିଲ୍ ବେହେରା ମୁଖାଗ୍ନୀ ଦେଇଥିଲେ।
