ଵୟାଲିଶମୌଜା : ୪୨ ମୌଜା ଝିଙ୍କିରିଆ ଗ୍ରାମ୍ୟ ଉନ୍ନୟନ କମିଟି ତରଫରୁ ନୂତନ ଭାବେ କାର୍ଯ୍ୟ ରେ ଯୋଗଦେଇଥିବା ଏ.ସି.ପି ଙ୍କୁ ସମର୍ଦ୍ଧନା । କଟକ ସଦର ଅନ୍ତର୍ଗତ ୪୨ ମୌଜା ର ଝିଙ୍କୀରିଆ ଗ୍ରାମ୍ୟ ଉନ୍ନୟନ କମିଟି ତରଫରୁ ନୂତନ ଏ.ସି.ପି. ଶ୍ରୀଯୁକ୍ତ ଶଶିକାନ୍ତ ରାଉତ ମହୋଦୟ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା ଏହି ସମ୍ମର୍ଦ୍ଧନା ଉତ୍ସବରେ ଗ୍ରାମ ର ଅଧିକାରୀ ଓ ଗ୍ରାମ୍ୟ କମିଟି ର ସମ୍ପାଦକ ଚିନ୍ମୟ ଦେବତା ,କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ କୁମାର ନନ୍ଦ, ଲକ୍ଷ୍ମୀଧର ସାହୁ,ନରହରି ଦେବତା, ଜଗନ୍ନାଥ ସାହୁ , ଅଶୋକ କୁମାର ଦେବତା, ବିଶ୍ୱଜିତ୍ ଦେବତା, ଆନନ୍ଦ ଦେବତା, ସୁନିଲ୍ ଦେବତା,କାହୁଁ ସେଠୀ, ହୁର୍ଶିକେଶ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ଏବଂ ଝୀଙ୍କିରିଆ ଗ୍ରାମ ର ବିଭିନ୍ନ ସମସ୍ୟା ବିଷୟରେ ଏ.ସି.ପି. ମହୋଦୟ ଙ୍କୁ ଅବଗତ କରାଇଥିଲେ ଆଗକୁ ପାର୍ବଣ ଋତୁ ଆସୁଥିବା ରୁ ଗ୍ରାମ ରେ ହେଉଥିବା ପର୍ବପର୍ବାଣୀ ନିଶାମୁକ୍ତ ହେବ ବୋଲି କମିଟି ର କର୍ମ କର୍ତ୍ତା ଆଲୋକପାତ କରିଥିଲେ।
