ଭ

ଅଚାନକ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ତୃଣମୂଳ ସଂଗଠନ ସଜାଡିବାକୁ ପ୍ରୟାସ

ରାଜ୍ୟ
Spread the love

କଟକ ସଦର : କଟକ ସଦର ବିଧାନସଭାର ୪୨ ମୌଜାରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ତ୍ରିରଙ୍ଗା ରାଲି ରଣାଷଣ୍ଢ ମନ୍ଦିରରୁ ବାହାରିବାର ଥିଲା। କଟକ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ହଠାତ୍‌ ୧୧ଟାବେଳେ ୪୨ ମୌଜା ମୁଖେ ଗଡ଼ିଥିଲା। ଏକଥା ଜାଣିବା ପରେ କଟକ ଜିଲା ସାଧାରଣ ଓ ପୋଲିସ ପ୍ରଶାସନ ବେଶ୍‌ ସକ୍ରିୟ ହୋଇ ଉଠିଲା। ୫୦ରୁ ଊର୍ଦ୍ଧ୍ୱ ସରକାରୀ ଗାଡ଼ି ଏହି ତ୍ରିରଙ୍ଗା ରାଲିରେ ଯାଉଥିବା ଦେଖାଯାଇଥିଲା।

କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଖୋଲା ଜିପ୍‌ରେ ହାତ ହଲାଇ ସାଧାରଣ ଲୋକଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ। ତାଙ୍କ ସହିତ କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ଡିସିପି ଋଷିକେଶ ଖିଲାରିଙ୍କ ସମେତ କଟକ ସହରର ସମସ୍ତ ଅଧିକାରୀ ଏହି ରାଲିରେ ଭାଗ ନେଇଥିବା ଦେଖିବାକୁ ମିଳିଥିଲା। ଏପରିକି କଟକ ସଦର ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ତହସିଲଦାର, ସମସ୍ତ ଅତିରିକ୍ତ ତହସିଲଦାର, ସଦର  ବିଡିଓଙ୍କ  ଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ଏଥିରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ନେତା, କର୍ମୀ କମ୍ ଥିବାବେଳେ ପ୍ରଶାସନ ଲୋକ ଅଧିକ ଥିବା ଦେଖିବାକୁ ମିଳିଥିଲା | ଏଥିରୁ ଜଣାପଡୁଥିଲା ଯେ କଟକ ସଦରରେ ବିଜେପିର ସଂଗଠନ ଦୁର୍ବଳସ୍ଥିତିରେ ରହିଛି |

ମାତ୍ର ବର୍ଷା ରାଲିକୁ କିଛି ମାତ୍ରାରେ ପ୍ରଭାବିତ କରିଥିଲା ।  କଟକରୁ କିଛି ଘଣ୍ଟା ପାଇଁ ୪୨ ମୌଜା ବସ୍‌ ସେବା ବନ୍ଦ କରିଦିଆଯାଇଥିଲା। ହେଲେ ମୁଖ୍ୟମନ୍ତ୍ରୀ ନୀଳକଣ୍ଠ ମନ୍ଦିର ପର୍ଯ୍ୟନ୍ତ ନ ଯାଇ କଳାପଡ଼ାଠାରୁ ଫେରିଥିଲେ | କଟକ ସଦରରେ ତୃଣମୂଳସ୍ତରରେ ବିଜେପିର ସଂଗଠନ ସଜାଡିବାକୁ ମୁଖ୍ୟମନ୍ତ୍ରୀ ଉକ୍ତ କାର୍ଯ୍ୟକ୍ରମରେ  ସାମିଲ ହୋଇଥିଲେ |

Leave a Reply

Your email address will not be published. Required fields are marked *