18c6a39c Bdcf 4c7b 92e7 Eedf6278bf04

ଆଦର୍ଶ ଶିକ୍ଷକ ଧୁନଚନ୍ଦ୍ର ବିଶ୍ବାଳଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିସଭା

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ଗୋପାଳପୁର ପଞ୍ଚାୟତ ଅଧିନ ସାନସାରୋକ ଗ୍ରାମର ଖ୍ୟାତନାମା ଜନପ୍ରିୟ ଆଦର୍ଶ ଶିକ୍ଷକ ସ୍ଵର୍ଗତ ଧୁନଚନ୍ଦ୍ର ବିଶ୍ବାଳ ଙ୍କ ଏକା ଦଶାହ ଉପଲକ୍ଷେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳୀ ସଭା ଗତ ଅଗଷ୍ଟ ୧୫ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ପ୍ରଧାନଶିକ୍ଷକ ସୁନାକର ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ପି ସି ସି ଉପସଭାପତି ଲଲାଟେନ୍ଦୁ ମହାପାତ୍ର, ପ୍ରଦେଶ କଂଗ୍ରେସ କମିଟି ର ସଦସ୍ୟ ଦେବପ୍ରସାଦ ନାୟକ, ଜିଲ୍ଲା କଂଗ୍ରେସକମିଟି ର ସଭାପତି ନଟବର ବାରିକ , ବିଶିଷ୍ଟ ସମାଜସେବୀ ହେମନ୍ତ କୁମାର ରଥ, ଜିଲ୍ଲା ବିଜେଡ଼ିର ବରିଷ୍ଠ ଉପ ସଭାପତି ଅଶ୍ଵିନୀ ଦାସ, ଗୋପାଳ ପୁର ସରପଞ୍ଚ ପ୍ରକାଶ ଚଦ୍ର ସ୍ୱାଇଁ, ଶିକ୍ଷକନେତା ଅକ୍ଷୟ ଦାସ , ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ପ୍ରାକ୍ତନ ପ୍ରଧାନଶିକ୍ଷକ ନିରଞ୍ଜନ ସ୍ୱାଇଁ , ରବିନ୍ଦ୍ର ବିଶ୍ବାଳ, ମନୋଜ କୁମାର ବେହେରା, ଶିକ୍ଷାଗରୁ ନରୋତ୍ତମ ଭୂୟାଁ , ପୁର୍ବତନ ସରପଞ୍ଚ ଦେବଦ୍ୟୁତି ପୃଷ୍ଟି, ଧନଞ୍ଜୟ ସୁତାର , ମୂରଲୀଧର ପରିଡ଼ା ରବିନ୍ଦ୍ର କୁମାର ରାଉତ , ଗଗନ ବିହାରୀ ସାହୁ, ପ୍ରଶାନ୍ତ ଦାସ , ସୁବାସ ସାହୁ, ଅମର ପଣ୍ଡା ଓ ସାରଦା ସ୍ୱାଇଁ ପ୍ରମୁଖ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ବିଶ୍ବାଳ ଜଣେ ମେଳାପି , ମିଷ୍ଟଭାଷୀ, ସରଳ, ବିଚକ୍ଷଣ ବୁଦ୍ଧିସମ୍ପନ୍ନ, ନିରାଡମ୍ବର ଓ ଛାତ୍ରବତ୍ସଳ ଆଦର୍ଶ ଶିକ୍ଷକ ଥିଲେ ବୋଲି ମତବ୍ୟକ୍ତ କରିବା ସହିତ ନିଜ ନିଜର ଅନୁଭୂତି ଓ ଅନୁଭବ ବିଷୟରେ କହିଲାବେଳେ ଭାବପ୍ରବଣ ହୋଇ ଉଠିଥିଲେ । ସାମ୍ୱାଦିକ ଶୁଭାଶିଷ ସ୍ୱାଇଁ ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ବାଗତ କରିଥିବା ବେଳେ ତାଙ୍କର ପୁତ୍ର ଧୀରେନ୍ଦ୍ର ବିଶ୍ବାଳ ଓ ରାଜେନ୍ଦ୍ର ବିଶ୍ଵାଳ ଙ୍କ ସମେତ ଝିଅ ଜ୍ବାଇଁ ନାତି ନାତୁଣୀ ଓ ଗ୍ରାମବାସୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ତେବେ ତାଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବରେ ସ୍ବର୍ଗତ ଧୂନଚନ୍ଦ୍ର ବିଶ୍ବାଳ ଙ୍କ ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି ଏହି ସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା।

Leave a Reply

Your email address will not be published. Required fields are marked *