କଟକ : ଯୁଗ୍ମ ନିର୍ଦ୍ଦେଶକ (ପରିସଂଖ୍ୟାନ), କେନ୍ଦ୍ରାଞ୍ଚଳ, କଟକ ଙ୍କର ସମ୍ମିଳନୀ କକ୍ଷ ରେ ତା ୧୩/୦୮/୨୦୨୫ ରିଖ ଦିନ ଫସଲ ‘ପରିସଂଖ୍ୟାନରେ ଉନ୍ନତି‘ (ICS)ଉପରେ ଏକ ରିଫ୍ରେସର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କେନ୍ଦ୍ର ସରକାରଙ୍କ ଫସଲ ପରିସଂଖ୍ୟାନରେ ଉନ୍ନତି ହେଉଛି କ୍ଷେତ୍ର ଏକତ୍ରୀକରଣ ଏବଂ ଉତ୍ପାଦନ ଆକଳନରେ ତ୍ରୁଟି ଖୋଜିବା ଏବଂ ସଂଶୋଧନ କରିବା । ଅର୍ଥନୀତି ଓ ପରିସଂଖ୍ୟାନନିର୍ଦ୍ଦେଶାଳୟ ଧାନ ଓ ଅନ୍ୟାନ୍ୟ ୧୩ ଟି ଅଧିସୂଚିତ କ୍ଷୁଦ୍ର ଫସଲର ଉତ୍ପାଦନ ଓ ଆକଳନ ଗଣନା ପାଇଁ ଏଷ୍ଟାବ୍ଲିସମେଣ୍ଟ ଅଫ୍ ଆନ୍ ଏଜେନ୍ସି ଫର୍ ରିପୋର୍ଟିଙ୍ଗ ଅଫ୍ ଏଗ୍ରିକଲ୍ଚରାଲ୍ ଷ୍ଟାଟିଷ୍ଟିକ୍ସ (EARAS) ଏବଂ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା (PMFBY) ଭଳି ବିଭିନ୍ନ ଯୋଜନା ଅଧୀନରେ ଶସ୍ୟକାଟ କାର୍ଯ୍ୟ କରାଯାଇଥାଏ ।
ଚାଷୀଙ୍କୁ ସାମିଲ କରି ଶସ୍ୟକାଟ ପ୍ରକ୍ରିୟା ସତର୍କତାର ସହ ଏବଂ ସମୟ ମଧ୍ୟରେ କରିବା ଆବଶ୍ୟକ | କେନ୍ଦ୍ରାଞ୍ଚଳ ରେଞ୍ଜର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ରେଞ୍ଜର ସମସ୍ତ ୧୦ ଟି ଜିଲ୍ଲା – ବାଲେଶ୍ଵର , ଭଦ୍ରକ, କଟକ , ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ ଓ ପୁରୀଜିଲ୍ଲା ର ଡିପିଏମ୍ୟୁ ଗୁଡ଼ିକର ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ ଓ ପରିସଂଖ୍ୟାନଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ର ଯୁଗ୍ମ ନିର୍ଦ୍ଦେଶକ ଲକ୍ଷ୍ମୀଧର ବିଶ୍ୱାଳ ଓ ସହକାରୀ ନିର୍ଦ୍ଦେଶକ ରଙ୍କନିଧୀ ନାୟକ ଏବଂ କଟକ ଏନ. ଏସ. ଏସ. ଓ କାର୍ଯ୍ୟ।ଳୟ ର ସହକାରୀ ନିର୍ଦ୍ଦେଶକ ଓ ବରିଷ୍ଠ ପରିସଂଖ୍ୟାନ ଅଧିକାରୀମାନେ ତାଲିମ ପ୍ରଦାନ କରିଥିଲେ |ଶେଷରେ କେନ୍ଦ୍ରାଞ୍ଚଳ ରେଞ୍ଜର ସହକାରୀ ନିର୍ଦ୍ଦେଶିକା ଶ୍ରୀମତୀ ଗୀତା ରାୟ ଧନ୍ୟବାଦ ଅର୍ପଣ କରିଥିଲେ।
