6417e8ab Bbf0 4fdc 9203 F0f68f4e48aa

ଜୀବନଯୁଦ୍ଧରେ ହାରିଗଲା ଭିନ୍ନକ୍ଷମ ଅପର୍ତ୍ତି ମହାରଣା

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :  ସାରଳା ପୀଠ କନକପୁର ନିକଟସ୍ଥ , ମୁଳିସିଂହ, ଗ୍ରାମର ଲକ୍ଷ୍ମଣ ମହାରଣା ( ଅପର୍ତ୍ତି) ୫୬ , ମା ସାରଳା ଙ୍କ ଦରଜୀ ସେବକ ଭାବେ କାମ କରୁଥିଲେ। ସେବାନିବୃତ୍ତ ହେବା ପରେ ସେ ମୁଳିସିଂହ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ପିଅନ ଭାବେ ଜୀବଯାପନ କରୁଥିବା ବେଳେ କିଡିଁନ୍ ଖରାପ ଯୋଗୁଁ ଓ ମଧୁମେହ ଆଦି ରୋଗରେ ଆକ୍ରାନ୍ତ ହୋଇ, ବାମ ପାଖ ଗୋଡ ପ୍ରଭାବିତ ହେବାରୁ, କଟକ ବଡ଼ ଡ଼ାକ୍ତରଖାନାରେ ସେହି ଗୋଡର ଆଣ୍ଠୁ ତଳକୁ କାଟି ଦିଆ ଯାଇଥିଲା।

ମୁଳିସିଂହ ସରପଞ୍ଚ ସଫି ଆଜାମ୍ ତାଙ୍କୁ ଗୋଟିଏ ତିନିଚକିଆ ସାଇକେଲ ଯୋଗାଇଦେବା ସହିତ କିଛି ସହାୟତା ମଧ୍ୟ ପ୍ରଦାନ କରିଥିଲେ। ମାତ୍ର ତାଙ୍କର ଆଶୁଚିକିତ୍ସା ପାଇଁ ତାହା ଯଥେଷ୍ଟ ନଥିଲା, ଘରେ ଦୁଇ ଦୁଇଟା ବେରୋଜଗାରିଆ ପୁଅ ବାପାକୁ ଅଧିକ ଚିକିତ୍ସା କରାଇ ପାରିନଥିଲା ବେଳେ ସ୍ତ୍ରୀ ପ୍ରତିମା ପରଘରେ କାମଧନ୍ଦା କରି ପରିବାର ଚଳାଇଆସୁଥିଲେ। ମାତ୍ର ଉଚ୍ଚତର ଚିକିତ୍ସା ଅଭାବରୁ, ବଞ୍ଚିରହିବା ପାଇଁ ଜୀବନ ସହିତ ସଂଗ୍ରାମ କରିକରି ଶେଷରେ ଗତ ଗୁରୁବାର ପ୍ରାତଃ ସମୟରେ ସବୁଦିନ ପାଇଁ ଆଖିବୁଜିଲେ, ଅସହାୟ ଭିନ୍ନକ୍ଷମ ଲକ୍ଷ୍ମଣ ମହାରଣା। କେବଳ ଘରଡିହ ଟି ଛାଡ଼ିଦେଲେ ଆଉ କିଛି ସମ୍ବଳ ନଥିବାରୁ , ପଡ଼ୋଶୀ ମାନଙ୍କ ସହାୟତାରେ ଗ୍ରାମ୍ୟଶ୍ମଶାନ ରେ ଶେଷକୃତ୍ୟ ସମୟରେ ବଡପୁଅ ମୁଖାଗ୍ନୀ ଦେଇଥିଲେ। ଜଣେ ସରଳ ମିଷ୍ଟଭାଷୀ ଓ କର୍ତ୍ତବ୍ୟପରାୟଣ ବ୍ୟକ୍ତି ଥିବାରୁ ତାଙ୍କର ପରଲୋକ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *