ଜଗତସିଂହପୁର/ ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ପ୍ରଗଣାର ବିଭିନ୍ନ ଦେବାଳୟ, ବିଦ୍ୟାଳୟ ଓ କାର୍ଯ୍ୟାଳୟ ପରିସରରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ମା ସାରଳା ଙ୍କ ମନ୍ଦିର ସମ୍ମୁଖରେ ,କନକପୁର ସାରଦା ଏକାଡେମୀ,କନକପୁର ଶାସନ ୟୁ ପି ସ୍କୁଲ ମାନଙ୍କ ଉପସ୍ଥିତ ରେ ଆଇନଜୀବି ରଞ୍ଜନ କୁମାର ପଣ୍ଡା ପତାକା ଉତ୍ତୋଳନ କରିଥିବା ବେଳେ, ମନ୍ଦିର ପୋଲିସ ଫାଣ୍ଡି ଓ କନକପୁର ପୋଲିସ ଫାଣ୍ଡି ପୋଲିସବାହିନୀ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ସାଧାରଣଜ୍ଞାନ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ସମାଜସେବୀ ବ୍ରଜକିଶୋର ମଲ୍ଲିକ, ସୁବାଷ ଚନ୍ଦ୍ର ମହାନ୍ତି ଓ ସତ୍ୟଭୁଷଣ ଦାସ ପ୍ରମୁଖ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପୁରସ୍କାର ପ୍ରଦାନ କରିଥିଲେ। ମୁଳିସିଂହ ପଞ୍ଚାୟତ କାର୍ଯ୍ୟାଳୟ ରେ ସରପଞ୍ଚ ସଫି ଆଜାମ୍ ପତାକା ଉତ୍ତୋଳନ କରିଥିବା ବେଳେ ଏଥିରେ ପୁର୍ବତନ ସମିତି ସଭ୍ୟ ତଥା ମୂରବୀ ଶେଖ୍ ଜାବିର ଉଦ୍ଦୀନ , ସମିତି ସଭ୍ୟ ରଞ୍ଜନ କୁମାର ସାହୁ, ପି ଓ ଭୀମସେନ ମୁର୍ମୁ, ଆଡଭୋକେଟ୍ ଅମିୟ ରଞ୍ଜନ ସ୍ବାଇଁ, ସୁରେନ୍ଦ୍ର ବେହେରା ନିରଞ୍ଜନ ସାହୁ, ଆଲୋକ ସାହୁ, ମାନସୀ ମଣ୍ଡଳ, ଅସିତ୍ ପାଲ, ରଞ୍ଜିତା ବେହେରା, ବିଭାସିଁନୀ ବ୍ରହ୍ମ ଲୀଳା ସେଠୀ, ସୁଜାତା ଦାସ, ସୌଦାମିନୀ ସ୍ୱାଇଁ ଓ ସିଗ୍ନଧା ରାଣୀ ସିଂହ ଙ୍କ ସମେତ ବହୁ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଯୋଗ ଦେଇ ଥିଲେ। ସେହିପରି, ବିରିତୋଳ କୃଷି ସମବାୟ ସମିତି କାର୍ଯ୍ୟାଳୟ ରେ ସମିତିର ସଭାପତି ଅଶ୍ୱିନୀ ଦାସ ପତାକା ଉତ୍ତୋଳନ କରିଥିବା ବେଳେ ଏଥିରେ ପୂର୍ବତନ ସରପଞ୍ଚ ବିଜୟ ମହାନ୍ତି, ରାଜକିଶୋର ବଳ, ପ୍ରତାପ ପ୍ରଧାନ ଅଶୋକ ମହାନ୍ତି ଶରତ ମହାନ୍ତି, ବିଜୟ ନାୟକ, ସୁନାକର ପରିଡ଼ା, ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ମମତା ଦାଶ, ସୁନାକର ପରିଡ଼ା, କ୍ଷେତ୍ର ମୋହନ ସାହୁ, ଦିଲ୍ଲୀପ ମହାନ୍ତି, ସଂଗ୍ରାମ ପରିଡ଼ା ଓ ସୋସାଇଟିର ସମ୍ପାଦକ ଅସିତ୍ ସ୍ୱାଇଁ ପ୍ରମୁଖ ଯୋଗଦେଇ ଥିଲେ, ଏହି ଅବସରରେ ସଂଅଁ ରା ହାଇସ୍କୁଲ ର ବିଦ୍ୟାର୍ଥୀ ମାନଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିବା ବେଳେ, ମାଆ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ରେ ରାସ୍ତାକଡ଼ରେ ବୃକ୍ଷରୋପଣ କରାଯାଇଥିଲା।
ବିରିତୋଳ ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ସରପଞ୍ଚ ରମାମଣି ଦାସ ପତାକା ଉତ୍ତୋଳନ କରିଥିଲେ। ସେହିପରି କନକ ପୁର ଜନକଲ୍ୟାଣ ସେବା ସମବାୟ ସମିତି କାର୍ଯ୍ୟାଳୟ ରେ ସଭାପତି ଅଜୟ କୁମାର ରାଉଳ ପତାକା ଉତ୍ତୋଳନ କରିଥିବା ବେଳେ ଏଥିରେ ସମ୍ପାଦକ ପରମାନନ୍ଦ ଦାସ, ସହ ସମ୍ପାଦକ ପ୍ରକାଶ ଚନ୍ଦ୍ର ଦାସ, ଡି ଓ ଚିରଞ୍ଜିବୀ ରାଉଳ, ଏ ଡି ଓ ରାଜେଶ ରଞ୍ଜନ ସହୁ, କିରାଣୀ ଶୁଭକାନ୍ତ ବେହେରା ଙ୍କ ସମେତ ସର୍ବେଶ୍ଵର ଭଟ୍ଟ, ପ୍ରଭାତ ରାଉଳ, ପର୍ଶୁରାମ ଭଟ୍ଟ, ବିଭୁଦତ୍ତ ମହାନ୍ତି, ଲକ୍ଷ୍ମୀପ୍ରିୟା ସାହୁ, ସୁରେନ୍ଦ୍ର ଦାସ , ଅକ୍ଷୟ କଣ୍ଡୀ କ୍ଷୀରୋଦ ସେଠୀ ଶୈଲେନ୍ଦ୍ର ଖୁଣ୍ଟିଆ ଓ ଦୁର୍ଗା ଦତ୍ତ ମହାନ୍ତି ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ତିର୍ତ୍ତୋଲ ବ୍ଲକ ରେ ଶ୍ରେଷ୍ଠ ପଞ୍ଚାୟତ ର ମାନ୍ୟତା ପାଇଥିବା କନକପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ସରପଞ୍ଚ ରେବତୀ ମହାନ୍ତି ପତାକା ଉତ୍ତୋଳନ କରିଥିବା ବେଳେ ସ୍ଥାନୀୟ ସାରଳା ପବ୍ଲିକ ସ୍କୁଲ ର ବିଦ୍ୟାର୍ଥୀ ଓ ଶିକ୍ଷୟତ୍ରୀ ମାନଙ୍କ ସମେତ ନାୟବ ସରପଞ୍ଚ ପଦ୍ମ ଚରଣ ସେଠୀ, ସମାଜସେବୀ ତଥା ପରିବେଶବିତ୍ ଅଶୋକ କୁମାର ମହାନ୍ତି, ୱାର୍ଡ ସଭ୍ୟ ସଭ୍ୟା, ଏସ ଏସ ଜି ଗ୍ରୁପ୍ , ସି ଆର ପି , ଅଙ୍ଗନବାଡ଼ି ଦିଦି, ଆଶାକର୍ମୀ ଓ ଏ ଡି ଓ ରାଧାକାନ୍ତ ନାୟକ ଙ୍କ ସମେତ ପଞ୍ଚାୟତର ଲୋକ ମାନେ ଯୋଗଦେଇ ଥିଲେ। ଏହି ଅବସରରେ ସ୍ବତନ୍ତ୍ର ଗ୍ରାମ ସଭା, ସ୍ବଚ୍ଛତା ଅଭିଯାନ, ପୁଷ୍କରିଣୀ ଚଟୁଃ ପାର୍ଶ୍ୱରେ ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର ଦେଖିବାକୁ ମିଳିଥିଲା।
