ବୟାଳିଶ ମୌଜା : ବ୍ରହ୍ମପୁର ସ୍ଥିତ କ୍ରିଷ୍ଣା ମଣ୍ଡପ ନିକଟରେ ଗଣେଶ ପୂଜା ଦିନ ସତ୍ୱାଧିକାରୀ ବସନ୍ତ କୁମାର ଦେବତାଙ୍କର ଏକ ରୋନାକ ମୋଟର ୟାମା ସୋ ରୁମ ଖୋଲାଯାଇଅଛି। ୟାମା ଡିଲର ପିଏମଜି ମୋଟର ମ୍ୟାନେଜିଙ୍ଗ ପାର୍ଟନର ମନୋରଞ୍ଜନ ଦାଶ ଓ ଗଣେଶ ଚନ୍ଦ୍ର ପାତ୍ରଙ୍କ ଦ୍ୱାରା ଏହାର ଶୁଭ ଉଦଘାଟନ ହୋଇଯାଇଛି। ସମ୍ମାନୀୟ ଅତିଥି ଭାବେ ବୟାଳିଶ ମୌଜା ବିକାଶ ପରିଷଦ ସଭାପତି ଆଡ଼ଭୋକେଟ କେଶବ ଚନ୍ଦ୍ର କର, ସମ୍ପାଦକ ସନ୍ତୋଷ କୁମାର ପତି, ଉତ୍କଳ ଯାଦବ ମହାସଭା କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା, ଇଫକୋ ଟୋକିଓ ବୀମା କମ୍ପାନୀ ମ୍ୟାନେଜର ଚିତ୍ତରଞ୍ଜନ ସ୍ୱାଇଁ, ଅଧ୍ୟାପକ ଡ଼ଃ ଏସ.କେ କଲିମୁଲ୍ଲା, ଅଧ୍ୟାପକ ଗଣେଶ ଚନ୍ଦ୍ର ଦାଶ, ସମାଜସେବୀ ସଞ୍ଜୟ କୁମାର ଦେବତା, ଦୁଷ୍ମନ୍ତ କୁମାର ନନ୍ଦ, ଚିନ୍ମୟ କୁମାର ଦେବତା, ମନୋଜ କୁମାର ଦେବତା, ରବିନ୍ଦ୍ର ଦେବତା, ବୁଲେଇ ବେହେରା, ସନ୍ତୋଷ କୁମାର ବେହେରା, ପଦ୍ମଲାଭ ଗୋଛାୟତ, ବିଜୟ କୁମାର ଦେବତା, ଭବେଶ ପ୍ରସାଦ ଦେବତା, ପ୍ରକାଶ କୁମାର ଦେବତା, ସୁମିତା ଦେବତା, ସିନେ କଳାକାର ମିଟୁ ମିଥୁନ ପ୍ରମୁଖ ଉପସ୍ଥିତ ଥିଲେ। ସୋ ରୁମ ସତ୍ୱାଧିକାରୀଙ୍କ ଧର୍ମପତ୍ନୀ ଗୀତାଞ୍ଜଳୀ ଦେବତା ଧନ୍ୟବାଦ ପ୍ରଦାନ କରିଥିଲେ।
