ନୂଆପଡ଼ା ଜିଲା ସିନାପାଲି ବିଡିଓ ଏବେ ଚର୍ଚ୍ଚାରେ

ନୂଆପଡ଼ା
Spread the love

ଖଡ଼ିଆଳ,୨/୯: ନୂଆପଡ଼ା ଜିଲା ସିନାପାଲି ବିଡିଓ କାର୍ମି ଓରାମ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ସିନାପାଲି ଗ୍ରାମ ପଞ୍ଚାୟତରେ ଏକ କାର୍ଯ୍ୟକ୍ରମରେ ବିଡିଓ ଯୋଗଦେଇଥିଲେ । ତାଙ୍କ ସହଅଲଗା ପ୍ରଶାସନିକ ଅଧିକାରୀ ଓ ରାଜନୈତିକ ବ୍ୟକ୍ତିମାନେ ମଧ୍ୟ ଆସିଥିଲେ।

ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଲୋକ ମାନେ ପ୍ରଶାସନ ଆଗରେ ଅଭିଯୋଗ କରିଥିବା ବେଳେ ବସଷ୍ଟାଣ ଏରିଆର କିଛି ଲୋକ ଡ୍ରେନର ବ୍ୟବସ୍ଥା ଲାଗି ଅଭିଯୋଗ ଆଣିବା ସହ ପ୍ରସାଶନକୁ ଥାଇ କରିଥିଲେ। ସଙ୍ଗେ ସଙ୍ଗେ ବିଡିଓ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିବା ସହ ଡ୍ରେନରେ ଅଳିଆ, ଆବର୍ଜନା ଥିବା ଦେଖିବବାକୁ ପାଇଥିଲେ। ଡ୍ରେନରେ କଚଡା ଜମି ରହୁଥିବାରୁ ପାଣି ଯିବାରେ ଅସୁବିଧା ହେଉଛି।

ସଫେଇ କର୍ମଚାରୀମାନେ ବାରମ୍ବାର ସଫାସୁତରା କଲେବି କିଛି ଅସାମାଜିକ ଲୋକ ସେଠାରେ ଅଳିଆ ଫୋପାଡୁଛନ୍ତି। ଏସବୁ ଦେଖି ବିଡିଓ ନିଜ ହାତରେ ଡ୍ରେନରୁ ଅଳିଆ ସଫା କରିଥିଲେ। ଆଉ ସେଠାରେ ଅଳିଆ ନ ପକାଇବାକୁ ଲୋକଙ୍କୁ ସଚେତନ କରିଥିଲେ। ବିଡିଓଙ୍କୁ ଏଭଳି କାର୍ଯ୍ୟ କରୁଥିବାର ଦେଖି ଲୋକେ ମଧ୍ୟ ଡ୍ରେନ୍‌ ସଫାସୁତୁରା ରଖିବାକୁ ଅଣ୍ଟା ଭିଡ଼ିଥିଲେ। ସ୍ଥାନୀୟ ଅଞ୍ଚଳବାସୀ ବିଡିଓଙ୍କ ଏପରି କାର୍ଯ୍ୟକୁ ପଶଂସା କରିବା ସହ ଏହା ସେମାନଙ୍କୁ ପ୍ରେରଣା ଯୋଗାଇଛି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *