ପ୍ରବଳ ବର୍ଷାରେ ବାଲେଶ୍ୱର ସହର ଅସ୍ତବ୍ୟସ୍ତ ଚାରିଆଡ଼େ ଜଳମଗ୍ନ

ବାଲେଶ୍ୱର
Spread the love

ବାଲେଶ୍ୱର, ୨/୯: ମଙ୍ଗଳବାର ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହରର ତଳିଆ ଅଞ୍ଚଳରେ ବିଭିନ୍ନ ଗଳି, ଛକ, ରାସ୍ତାରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏପରିକି ବହୁ ଦୋକାନ ଓ ଘର ଭିତରେ ବର୍ଷା ପାଣି ପ୍ରବେଶ କରି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜଳ ନିଷ୍କାସନକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁ ସହରର ପରିସ୍ଥିତି ବେହାଲ ହୋଇପଡିଛି ।

Leave a Reply

Your email address will not be published. Required fields are marked *