ଲାଲ ବାହିନୀ ପକ୍ଷରୁ ଡାବୁଡ଼କା ଘାଟିରେ ଲାଗିଛି ଲାଲ ବେନର

କନ୍ଧମାଳ ଜିଲା ଖବର ରାଜ୍ୟ
Spread the love

ବାଲିଗୁଡା ଥାନା ସୁଡ୍ରା ପଂଚାୟତ ର ଡାବୁଡ଼କା ଘାଟି ରେ ଲାଗିଛି ଲାଲ ବେନର l ନାଡାପାଟଙ୍ଗ ରୁ 41 ନମ୍ବର ରାଜ୍ୟ ରାଜପଥ ରେ ଲଣ୍ଡାଗାଁ ମୁଖ୍ୟ ରାସ୍ତାରେ ଲାଲ ବାହିନୀ ପକ୍ଷରୁ ଏହି ବେନର ଲଗାଯାଇଛି l କେକେବିଏନ ଡିଭିଜନାଲ କମିଟି ପକ୍ଷରୁ ବେନର ଲଗାଯାଇଥିବା ନେଇ ସ୍ପଷ୍ଟ କରିଛି ଲାଲ ବାହିନୀ l ମାଓବାଦୀ ସଙ୍ଘଠନ କୁ ଶେଷ କରିବାକୁ ଶତ୍ରୁ ଦ୍ୱାରା ଚଲା ଯାଉଥିବା ଅପେରସନ ସିନ୍ଦୁର କୁ ହରେଇବା ପାଇଁ ଆହ୍ୱାନ ଦେଇଛି ଲାଲ ବାହିନୀ l ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର 21 ତମ ପ୍ରତିଷ୍ଠା ଦିବସ କୁ ବିପ୍ଲବୀ ଉତ୍ସାହ ସହ ପାଳନ କରିବାକୁ ବେନର ଜରିଆରେ ଆହ୍ୱାନ ଦେଇଛି ଲାଲ ବାହିନୀ l ପାର୍ଟି ଆଉ ବିପ୍ଲବୀ ଆନ୍ଦୋଳନ କୁ ବଂଚେଇବା ସହ ବ୍ରାହ୍ମଣୀୟ ହିନ୍ଦୁତ୍ୱ ଫସିବାଦୀ ବିରୋଧ ରେ ଏକଜୁଟ ହୋଇ ସଂଘର୍ଷ କରି ମୂଳନୀବାସୀ ଭାଷା ଧର୍ମ ରୀତି ରିୱାଜ କୁ ବଂଚେଇବାକୁ ଆହ୍ୱାନ କରିଛି ମାଓ ସଙ୍ଘଠନ l

Leave a Reply

Your email address will not be published. Required fields are marked *