ଭୁବନେଶ୍ବର, ୨୬/୯: ବହୁ ପ୍ରତୀକ୍ଷିତ ଓଡ଼ିଶା ସିଭିଲ ସର୍ଭିସ-୨୦୨୩ ପରୀକ୍ଷାର ଫଳ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ପ୍ରିୟାଂଶୁ ପାଲ ଶୀର୍ଷ ସ୍ଥାନ ଦଖଲ କରିଥିବା ବେଳେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଜଣେ ମହିଳା ପରୀକ୍ଷାର୍ଥୀ ଅଛନ୍ତି।
ସୂଚନାଯୋଗ୍ୟ, ଓପିଏସ୍ସି ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (ଓସିଏସ୍) ପରୀକ୍ଷା ୨୦୨୩ର ମୁଖ୍ୟ ପରୀକ୍ଷା ୨୦୨୫ ଏପ୍ରିଲ ୧୯, ୨୦, ୨୨, ୨୪, ୨୭ ଓ ମେ’ ମାସ ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀମାନେ ୨୦୨୫ ସେପ୍ଟେମ୍ବର ୬ ଓ ୧୮ ତାରିଖରେ ପରସନାଲିଟି ଟେଷ୍ଟ ଦେଇଥିଲେ। ଏହି ପରୀକ୍ଷା ପରେ ଓପିଏସ୍ସି ୩୯୮ ଜଣ ପ୍ରାର୍ଥୀଙ୍କୁ ଚୟନ କରିଛି। ଏଥିରେ ୧୪୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।
