ଫିଲ୍ମ ଷ୍ଟାଇଲରେ ଖୋର୍ଦ୍ଧା ଜିଲା ବାଲୁଗାଁର ବ୍ୟବସାୟୀ ସୁଶିଲ ସୁବୁଦ୍ଧିଙ୍କୁ ଅପହରଣ

ଅପରାଧ ଖୋର୍ଦ୍ଧା ଜିଲା ଖବର ରାଜ୍ୟ
Spread the love

ଖୋର୍ଦ୍ଧା,୨୯/୯: ଖୋର୍ଦ୍ଧା ଜିଲା ବାଲୁଗାଁର ଜଣାଶୁଣା ବ୍ୟବସାୟୀ ସୁଶିଲ ସୁବୁଦ୍ଧିଙ୍କୁ ଅପହରଣ କରି ୧କୋଟି ଟଙ୍କା ମାଗିବା ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଗୋଟେ କାର, ନଗଦ ୬ଲକ୍ଷ ୨୫ହଜାର ଟଙ୍କା, ମାରଣାସ୍ତ୍ର ସହ ମୋବାଇଲ ପୋଲିସ ଜବତ କରିଛି । ୨୭ତାରିଖରେ ତାଙ୍କୁ ଅପହରଣ କରାଯାଇଥିଲା । ଫିଲ୍ମ ଷ୍ଟାଇଲରେ ଅପରାଧୀ ଯୋଜନା କରିଥିଲେ । ୧୨ ଘଣ୍ଟାର ଅପରେଶନ ପରେ ପୋଲିସ ତାଙ୍କୁ ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତମାନେ ଗଞ୍ଜାମ ଓ ବାଣପୁର ଅଞ୍ଚଳର ବୋଲି ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଶନିବାର ରାତରେ ସୁଶିଲ ଦୋକାନ ବନ୍ଦ କରି ସ୍କୁଟି ଯୋଗେ ପାଟଣାସାହି ସ୍ଥିତ ଘରକୁ ଫେରୁଥିଲେ। ବାଲୁଗାଁ କେନ୍ଦ୍ରୀୟ ସ୍କୁଲ ଠାରେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ମାରଣାସ୍ତ୍ର ଦେଖାଇ ପାଟି କଲେ ଜୀବନରେ ମାରିଦେବାକୁ ଧମକ ଦେଲେ ଆଖିରେ କଳାକନା ଓ ହାତକୁ ବାନ୍ଧିଦେବା ପରେ ତାଙ୍କୁ ଏକ କାରରେ ଉଠାଇନେଇ ଚାଲିଯାଇଲେ। ସୁଶିଳଲ ନିକଟରେ ଥିବା ୩ଲକ୍ଷ ୪୫ହଜାର ଟଙ୍କା ନଗଦ ଓ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ରାତି ସାରା କାରରେ ସୁଶିଲଙ୍କୁ ମାଡ଼ ମାରିଥିଲେ। ଘରକୁ ଫୋନ କରି ୧ କୋଟି ଟଙ୍କା ଅଣାଇଲେ ଛାଡ଼ିବୁ ବୋଲି କହିଥିଲେ।

ଅନ୍ୟପକ୍ଷେ, ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ବାମୀ ଘରକୁ ନ ଫେରିବାରୁ ସ୍ତ୍ରୀ ସମସ୍ତିଙ୍କୁ ଫୋନ କରିଥିଲେ। ଏହି ସମୟରେ ତାଙ୍କ ସ୍ବାମୀ ଫୋନ କରି କହିଲେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ସକାଳ ୮ଟାରେ ଛାଡିବ। ତେବେ ତାଙ୍କୁ ସନ୍ଦେହ ହେବାରୁ ସେ ଥାନାରେ ଅଭିଯୋଗ କରିଥିଲେ।

ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଡିପିଓ ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଥାନାଧିକାରୀ ଜୟକୃଷ୍ଣ ପରିଡା, ଏସଆଇ ଏସ୍‌କେ ପାଣିଗ୍ରାହୀ ଓ ଅନ୍ୟ ଟିମ୍‌ଙ୍କୁ ନେଇ ପୋଲିସ ଆରମ୍ଭ ଅପରେଶନ କରିଥିଲା । ମୋବାଇଲ ଫୋନ ଟ୍ରାକ କରି ଖୋର୍ଦ୍ଧା, ନୟାଗଡ ଓ ଗଞ୍ଜାମ ଚାରିଆଡେ ଚାଲିଲା ଶର୍ଚ୍ଚ ଅପରେଶନ। ପୋଲିସ ପଛରେ ପଡି ଯାଇଥିବା ଜାଣିପାରି ଅଭିଯୁକ୍ତ ଚାନ୍ଦପୁର ବାଇପାସ ଠାରେ ସୁଶଲଙ୍କୁ ଧକ୍କା ମାରିଠେଲି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଅଭିଯୁକ୍ତଙ୍କ ଗାଡିକୁ ପିଛା କରି ଧରିବାରେ ସକ୍ଷମ ହୋଇଥିଲା।

Leave a Reply

Your email address will not be published. Required fields are marked *