ରାଜନୀତିରେ ସବୁ କିଛି ସମ୍ଭବ: ଗୋଟିଏ ଟ୍ରେନକୁ ଦୁଇ ଦୁଇ ଥର ସବୁଜ ପତକା ଦେଖାଇଲେ ବଲାଙ୍ଗିର ସାଂସଦ ସଙ୍ଗୀତା 

ଜିଲା ଖବର ବଲାଙ୍ଗୀର ରାଜ୍ୟ
Spread the love

ବଲାଙ୍ଗିର, ୨୯/୯, ଶନିବାର ଝାରସୁଗୁଡ଼ା ଠାରେ ଆୟୋଜିତ ବିଶାଳ ଯୁବ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ୧୭୦୦ କୋଟି ଟଂକାର ରେଲ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ବ୍ରହ୍ମପୁର ରୁ ସୁରଟ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନର ମଧ୍ୟ ଶୁଭାରମ୍ଭ କରାଯାଉଥିଲା। ଏହି ଟ୍ରେନ ବ୍ରହ୍ମପୁର ରୁ ସୁରଟ ଯିବ । ସୁରଟରେ କାମ କରୁଥିବା ଓଡିଶାର ଲୋକ ଆରାମରେ ଯିବା ଆସିବା କରି ପାରିବେ। ଟ୍ରେନକୁ ନେଇ ସମସ୍ତେ ଖୁସି ଥିବା ବେଳେ ଗୋଟିଏ ଟ୍ରେନକାଯାଉଥିବାରୁ ଦୁଇ ଦୁଇ ଥର ସବୁଜ ପତକା ଦେଖାଇ ନିଜ ରାଜନୀତି ପ୍ରଚାର କରୁଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବ୍ରହ୍ମପୁର ରୁ ସୁରଟ ଅମୃତ ଭାରତ ଏକ୍ସପ୍ରେସ ବ୍ରହ୍ମପୁର ରୁ ବାହାରି ଥିବା ବେଳେ ଟିଟିଲାଗଡ ରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରି ସିଂହ ଦେଓ ସ୍ବାଗତ କରିବା ସହ ସବୁଜ ପତକା ଦେଖାଇ ଥିଲେ।। ଏହି ଟ୍ରେନ କଣ୍ଟାବାଞ୍ଜି ପହଞ୍ଚିବା ପରେ ଟ୍ରେନ ରେ ବସିକି ଆସିଥିବା ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓଙ୍କୁ କଣ୍ଟାବାଞ୍ଜି ରେ ସ୍ଵାଗତ କରାଯାଉଥିଲା।। ଟିଟିଲାଗଡରେ ସବିଜ୍ ପତକା ଦେଖାଇ ଥିବା ଟ୍ରେନକୁ ପୁଣି କଣ୍ଟାବାଞ୍ଜି ରେ ସାଂସଦ ସବୁଜ ପତକା ଦେଖାଇଥିଲେ। ଯାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେବା ସହ ଏକ ପ୍ରକାର ହସର ପାତ୍ର ହୋଇଥିଲେ ସାଂସଦ। ରାଜନୀତି ରେ ସବୁ କିଛି ସମ୍ଭବ, ଗୋଟିଏ ଟ୍ରେନକୁ ଦୁଇ ଦୁଇ ଥର ସାଂସଦ ସବୁଜ ପତକା ଦେଖାଇବା ସମ୍ଭବ, ଏହାକୁ ନେଇ ରାଜନୀତି ଫାଇଦା ନେବା ମଧ୍ୟ ସମ୍ଭବ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଅନେକ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। କିନ୍ତୁ ଦେଖିବାକୁ ଗଲ ଶୁଭାରମ୍ଭର ମାସ ମାସ ବିତିଥିଲେ ସୁଦ୍ଧା ଇଞ୍ଚିଏ କାମ ମଧ୍ଯ ଆରମ୍ଭ ହୋଇନାହିଁ।

Leave a Reply

Your email address will not be published. Required fields are marked *