କଣ୍ଟାବାଞ୍ଜି,୨୯/୯: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରୋଡ ନଂ. ୫ ନିବାସୀ ବିନୋଦ ଜିନ୍ଦଲଙ୍କ ପୁତ୍ରବଧୁ ସଙ୍ଗୀତା ଜିନ୍ଦଲ ଓଡିଶା ପ୍ରଶାସନିକ ସେବା ପରୀକ୍ଷା ରେ ୨୮୮ ସ୍ଥାନ ରଖି ସଫଳତା ପାଇଛନ୍ତି । ପ୍ରକାଶ ଯେ, ସଙ୍ଗୀତା ଙ୍କ ସ୍ବାମୀ କମଲ କିଶୋର ଜିନ୍ଦଲ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହୋଇଥିବା ବେଳେ ତାଙ୍କ ଶୁଶ୍ବର ଜଣେ ବ୍ୟବସାୟୀ। ସଙ୍ଗୀତା ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଘରକୁ ଯାଇ ଶୁଭେଛା ଜଣାଉଥୂବା ଦେଖୁବାକୁ ମିଳିଛି। ସ୍ଥାନୀୟ ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା କଣ୍ଟାବାଞ୍ଜି, ବଣିକ ସଂଘ କଣ୍ଟାବାଞ୍ଜି,
