ବାପାକୁ ମାରି ପୋତିଦେଲା ପୁଅ

ଜିଲା ଖବର ଦେବଗଡ଼ ରାଜ୍ୟ
Spread the love

ଦେବଗଡ, ୮/୧୦: ପରେ ବାପାଙ୍କୁ ମାଟିରେ ପୋତିଦେଲା ପୁଅ। ବାରକୋଟ ଥାନା ଔତଳ ଗାଁରେ ନିର୍ମମ ହତ୍ୟାକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସକାଳେ ପୁଅ ହୃଦାନନ୍ଦ ବେହେରା ଘରେ ଥିବା ଏକ ମେଣ୍ଢା କୁ ବିକ୍ରି ପାଇଁ ଜିଦ ଧରିଥିଲା। ମାତ୍ର ବାପା ବଳଭଦ୍ର ବେହେରା (୬୨) ଏହାକୁ ବିରୋଧ କରିବାରୁ ପୁଅ ହୃଦାନନ୍ଦ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ବାପାକୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ବାପାର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପୁଅ ନିଜ ବାପାର ମୃତ ଦେହକୁ ନିକଟସ୍ଥ ଜମି ହିଡରେ ଗାତ ଖୋଳି ପୋତି ଦେଇଥିଲା। ଖବର ପାଇ ବରକୋଟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ବାହାର କରିବା ସହ ପୁଅ କୁ ଅଟକ ରଖିଛି। ଏଥି ସହିତ ପୁଲିସ୍‌ ଟାଙ୍ଗିଆ, କୋଦାଳ ପ୍ରଭୃତି ମଧ୍ୟ ଜବତ କରିଛି। ଘଟଣା ର ଗୁରୁତ୍ୱ ଦୃଷ୍ଟି ରୁ ପୁଲିସ୍‌ ସାଇଣ୍ଟିଫିକ ଟିମର ସହାୟତା ରେ ତଦନ୍ତ ଆରମ୍ଭ କରିଛି। ତେବେ ପୁଅ ହୃଦାନନ୍ଦର ମାନସିକ ଅବସ୍ଥା କିଛିଦିନ ହେବ ଠିକ ନଥିବା ଗ୍ରାମବାସୀମାନେ କହିଛନ୍ତି। ଏପରିକି ସେ ପରିବାର ସଦସ୍ୟ ଙ୍କୁ ମାଡ଼ପିଟ କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *