ନଦୀରେ ଭାସିଗଲେ ୨ ବାଳକ: ଜଣକର ମୃତ୍ୟୁ ଆଉଜଣେ ନିଖୋଜ

କଟକ ଜିଲା ଖବର ରାଜ୍ୟ
Spread the love

କଟକ,୧୨/୧୦: କଳପଡା ପଞ୍ଚାୟତ ବସନ୍ତକୁଣ୍ଡଳ ଗ୍ରାମର ତଥା ୟୁନିଅନ ଫର କଟକ ସଦର ଡେଭଲପମେଣ୍ଟ ର ଆଗଧାଡିର ସକ୍ରିୟ ସଭ୍ୟ ଦିଲ୍ଲୀପ କୁମାର ନାୟକଙ୍କ ଏକମାତ୍ର ପୁତ୍ର ଗୁରୁପ୍ରସାଦ ନାୟକ(୧୪) ଓ ବିନୋଦ କୁମାର ବାରିକ ପୁତ୍ର ସାଇ ଶୁଭମ୍ ବାରିକ୍(୧୪) ସେଡୁଆ ନଦୀ ରେ ଗାଧୋଇବା ବେଳେ ପାଣିରେ ଗୋଡ ଖସିଯିବା କାରଣରୁ ଏଥିରେ ଦୁଇଜଣଯାକ ଦୂର୍ଘଟଣା ର ଶୀକାର ହୋଇଥିଲେ l ନଦୀରେ ବୁଡିଯିବା ସମୟରେ ଗୁରୁପ୍ରସାଦଙ୍କୁ ଉଦ୍ଧାର କରି ଆଶୁ ଚିକିତ୍ସାପାଇଁ ୪୨ମୌଜା ବେଣ୍ଟକାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ l ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ l ଅନ୍ୟପଟେ ସାଇ ଶୁଭମ ନିଖୋଜ ଅଛି l ପ୍ରକାଶ ଥାଉକି ଗୁରୁ ପ୍ରସାଦ ଚଳିତ ବର୍ଷ ୟୁନିଅନ ଫର କଟକ ସଦର ଡେଭଲପମେଣ୍ଟ ପକ୍ଷରୁ ଆୟୋଜିତ ରଜ ମହୋତ୍ସବ ରେ ସାଧାରଣ ଜ୍ଞାନ ପ୍ରତିଯୋଗିତରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ l ସେ ଜଣେ ମେଧାବୀ ଛାତ୍ର ଥିଲେ l ଏଭଳି ଦୁଃଖଦ ଖବର ଶୁଣିବାପରେ ୟୁନିଅନ ଫର କଟକ ସଦର ଡେଭଲପମେଣ୍ଟର ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ଉଭୟଙ୍କ ଆତ୍ମାର ସଦଗତି କାମନାକରି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି

Leave a Reply

Your email address will not be published. Required fields are marked *