ଭୁବନେଶ୍ବର ୧୨/୧୦: ଭାରତୀୟ ଜନତା ପାର୍ଟି (ବିଜେପି)ର କୋର କମିଟି ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଜାରି ରହିଛି। ଏହା ପୂର୍ବରୁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା। ନୂଆପଡ଼ା ଉପନିର୍ବାଚନ ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜୟ ଢୋଲକିଆଙ୍କୁ ବିଜେପିକୁ ସ୍ଵାଗତ କରୁଛୁ। ମାନସିକତା ଥିଲେ ସବୁ ଠିକ୍ ହେଇଯିବ। ପ୍ରାର୍ଥୀ କିଏ ହେବ ତାହା ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ। ଆଜି ବୈଠକରେ ଅନେକ ବିଷୟରେ ଆଲୋଚନା ହେବ। ନୂଆପଡ଼ା ଉପନିର୍ବାଚନ ଉପରେ ଆଲୋଚନା ହେବ। ମୁଁ କର୍ଯ୍ୟକର୍ତ୍ତା କାଲି ଥିଲି ଆଜି ବି ଅଛି। ନୂଆପଡ଼ାରେ ବିଜେପି ଶତ ପ୍ରତିଶତ ଜିତିବ। ମୋହନ ସରକାରରେ ଆଉ ଏକ ଫୁଲ ଫୁଟିବ।
ମୋ ମନରେ କୋହ ନାହିଁ, ନୈତିକତାକୁ ଜଳାଞ୍ଜଳି ଦେବି ନାହିଁ। ଜୟ ଢୋଲକିଆ ଦଳକୁ ଆସିଛନ୍ତି। ସେଥିପାଇଁ ମୁଁ ଅସନ୍ତୁଷ୍ଟ ନୁହେଁ। ମତେ କେହି ବୁଝାଇ ନାହାନ୍ତି। ଜୟ ଢୋଲକିଆ ପ୍ରାର୍ଥୀ ହୋଇ ନାହାନ୍ତି। ବିଜେପି ଯାହାକୁ ପ୍ରାର୍ଥୀ କରିବ ମୁଁ ସମର୍ଥନ କରିବି। ମୁଁ ଦଳ ପାଇଁ ପ୍ରଚାର କରିବି ମୋ ପୁଅ ଅଭିନ୍ଦନ ପଣ୍ଡା ମଧ୍ୟ ଦଳରେ କୌଣସି ପଦ ପଦବି ଆଶାରେ କାମ କରୁନାହିଁ। ମାଟିର ସେବା ପାଇଁ ରାଜନୀତିକୁ ଆସିଛି। ମୁଁ ଲଢିଛି। ମରିବା ପର୍ଯ୍ୟନ୍ତ ଲଢୁଥିବି ବୋଲି ବସନ୍ତ ପଣ୍ଡା ଗତକାଲି ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ କହିଥିଲେ।
