ଜଗତସିଂହପୁର/ଝଙ୍କଡ଼ : ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, ଗରାମ ପଞ୍ଚାୟତ ଅଧିନ, ବଡିଜଙ୍ଗl ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ହରହରି ମହାବୀରଙ୍କ ଏକାଦଶ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ ଗତ ଶୁକ୍ରବାର ଦିନ ଅପରାହ୍ନରେ ଏକ ବିଶାଳ କଳସ ଶୋଭାଯାତ୍ରା , ପୂଣ୍ୟତୋୟା ହଂସୁଆ ନଦୀ ପାର୍ଶ୍ଵ ସ୍ଥ ସରୋବର ରୁ ବର୍ଣ୍ଣାଢ଼୍ୟ ପଟୁଆର ରେ ବାହାରି ପୀଠସ୍ଥଳିରେ ପହଞ୍ଚିବା ପରେ ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତ ଓ ଗ୍ରାମବାସୀ ମାନେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଏହାକୁ ସ୍ବାଗତ କରିଥିଲେ। ପରେ ପରେ ମହାମନ୍ତ୍ର ନାମଯଜ୍ଞ ର ଶୁଭାରମ୍ଭ ହୋଇଥଲା ।
ଆସନ୍ତା ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି, ହର ହରି ମହାବୀର ମନ୍ଦିର ପରିଚାଳନା କମିଟି ର ସଭାପତି ବିଭୂତି ଭୂଷଣ ସ୍ୱାଇଁ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଅଛନ୍ତି। ଖ୍ୟାତନାମା ଜଣାଶୁଣା ସମାଜସେବୀ ପ୍ରଦୀପ୍ତ କୁମାର ସ୍ୱାଇଁ ଓ ପ୍ରିୟଙ୍କା ସ୍ଵାଇଁ ଏହି ବିଶ୍ଵଶାନ୍ତି ମହାଯଜ୍ଞ ର କର୍ତ୍ତା କତ୍ତ୍ରୀ ଭାବରେ ଦାୟିତ୍ଵ ବହନ କରିଥିବା ବେଳେ , ଅନୁଷ୍ଠାନର କର୍ମକର୍ତ୍ତା ଦୋଳଗୋବିନ୍ଦ ସାହୁ, ସଞ୍ଜୟ ରାଉତ , ଦେବେନ୍ଦ୍ର ସ୍ୱାଇଁ , ପ୍ରଶାନ୍ତ ସ୍ୱାଇଁ , ସୁବାସ ସ୍ବାଇଁ , ସୁରେନ୍ଦ୍ର ବାରିକ , ରାକେଶ ସ୍ୱାଇଁ , ନିତ୍ୟାନନ୍ଦ ରାଉତ , ମହେଶ୍ୱର ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ସେଠୀ , ଅଜୟ ସ୍ଵାଇଁ , ଧର୍ମେନ୍ଦ୍ର ସ୍ଵାଇଁ , ନିରଞ୍ଜନ ମଲ୍ଲ , ଦେବେନ୍ଦ୍ର ବାରିକ ଓ ପ୍ରଫୁଲ୍ଲ ସ୍ଵାଇଁ ଙ୍କ ସମେତ ସମସ୍ତ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ତେବେ ଏହି କଳସ ଶୋଭାଯାତ୍ରା ରେ ଶତାଧିକ ମହିଳା ମାନେ ଅଂଶ ଗ୍ରହଣ କରିଥିବା ବେଳେ, ଏହି କାର୍ଯ୍ୟକ୍ରମ, ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଅଛି।
