ଭାରତରୁ ମାଟିରୁ ପାକିସ୍ତାନକୁ ଚେତାବନୀ ସୁଧୁରିଯା ନ ହେଲେ ଅନ୍ୟ ବାଟ ଅଛି: ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ

ଦେଶବିଦେଶ
Spread the love

ନୂଆଦିଲ୍ଲୀ,୧୨।୧୦: ଆଫଗାନିସ୍ତାନ ଓ ପକିସ୍ତାନ ମଧ୍ୟରେ ସୀମାନ୍ତ ସଂଘର୍ଷ ବଢ଼ିବା ପରେ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଆମିର୍ ଖାନ୍ ମୁତ୍ତାକି ରବିବାର ସତର୍କ କରିଛନ୍ତି। ସେ କହିଛନ୍ତି, “ସୀମାନ୍ତରେ ଶାନ୍ତି ପ୍ରୟାସ ବିଫଳ ହେଲେ ଆମେ ଅନ୍ୟ ପଥ ଆପଣାଇବୁ। ପକିସ୍ତାନରେ କିଛି ଲୋକେ ସମସ୍ୟା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।”ଶନିବାର ରାତିରେ ଦୁଇ ଦେଶର ସୈନ୍ୟ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆଫଗାନିସ୍ତାନର ତାଲିବାନୀ ସରକାରର ରକ୍ଷା ମନ୍ତ୍ରଣାଳୟ ପୁଷ୍ଟି କରିଛି ଯେ, ସେମାନଙ୍କ ସୈନ୍ୟ ପ୍ରତିକାରାତ୍ମକ ଓ ସଫଳ ଅପରେସନ୍ କରିଛନ୍ତି। ସେମାନେ କହିଛନ୍ତି, “ଯଦି ବିପକ୍ଷ ପୁନର୍ବାର ଆଫଗାନିସ୍ତାନର ସୀମାନ୍ତ ଉଲ୍ଲଙ୍ଘନ କରେ, ଆମ ସୈନ୍ୟ ପ୍ରସ୍ତୁତ ରହିଛନ୍ତି ଏବଂ କଡ଼ା ଜବାବ ଦେବେ”।

Leave a Reply

Your email address will not be published. Required fields are marked *