ଗଳାକାଟି ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗିଦେଲେ

ଜିଲା ଖବର ବରଗଡ଼ ରାଜ୍ୟ
Spread the love

ବରଗଡ, ୧୨/୧୦: ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗିଦେଲେ ମୃତଦେହ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚକୁଳି ଫାର୍ମ ସତୀଜୋର ନୂନେଇଗୁଡ଼ି ନିକଟ ୫୩ ନମ୍ବର ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର-ବରଗଡ଼ ରାସ୍ତାକଡ଼ରୁ ଗଳାକଟା ମୃତଦେହକୁ ଜବତ କରିଛି ପୁଲିସ। ହତ୍ୟାର ଶିକାର ହୋଇଛନ୍ତି ବରଗଡ଼ ଜିଲ୍ଲା ବରାହ ଗୋଡା ଗ୍ରାମାଞ୍ଚଳ ଥାନା ବରାହ ଗୋଡା ଗୌରାଙ୍ଗ ଟିକ୍ରା ଗ୍ରାମର ୫୫ ବର୍ଷୀୟ ମହାଦେବ ସାହୁ। କେଉଁ କାରଣରୁ ଏବଂ କିଏ ମହାଦେବଙ୍କୁ ହତ୍ୟା କରିଛି ତାହା ଜଣାପଡ଼ିନାହିଁ।ଘଟଣାସ୍ଥଳରେ ଅତାବିରା ଓ ଗୋଡଭଗା ପୁଲିସ ଏବଂ ସାଇଣ୍ଟିଫିକ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାରୀଙ୍କୁ ଧରିବା ଲାଗି ସନ୍ଧାନୀ କୁକୁର ସହାୟତା ନିଆଯାଇଛି। ମହାଦେବଙ୍କ ଶାଳକ ପ୍ରମୋଦ ଗଡ଼ତିଆ ମୃତଦେହ ଚିହ୍ନଟ କରିବା ସହ ଥାନାରେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *