ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କାହାକୁ ଛଡାଜିବନି : ପୁଲିସ୍‌ ଡିଜି

କଟକ ଜିଲା ଖବର ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ବର: ପୁଲିସ୍‌ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ପୁଲିସ୍‌ ଡିଜି ଯୋଗେଶ ବାହାଦୁର ଖୁରାନିଆ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ପରୀକ୍ଷା ତ୍ରୁଟିଶୂନ୍ୟ ଏବଂ ଦୁର୍ନୀତି ମୁକ୍ତ କରିବା ପାଇଁ ଆମେ ପୂର୍ବରୁ ବ୍ୟବସ୍ଥା କରିଥିଲୁ । ଫଳସ୍ୱରୂପ ପୁଲିସ୍‌ର ସଚେତନତା ପାଇଁ ପରୀକ୍ଷା ଆଗରୁ ଖୁଲାସା ହେଲା । କ୍ରାଇମବ୍ରାଞ୍ଚ ନିରପେକ୍ଷ ତଦନ୍ତ କରି ସବୁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେବ।ପୁଲିସ୍‌ ଏସ୍‌ଆଇ ପରୀକ୍ଷାରେ ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ ପୂରା ପରୀକ୍ଷାକୁ ବାତିଲ୍ କରାଯାଇଥିଲା। ଏହି ଘଟଣାରେ ଗିରଫ ୧୧୪ ପରୀକ୍ଷାର୍ଥୀ ଓ ୫ ଦଲାଲଙ୍କୁ ଗିରଫ କରାଯାଇଛି । ଏହି କେଲେଙ୍କାରୀରେ ୨୯ କୋଟି ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ପାଇଁ ହୋଇଥିବା ଡିଲ୍ ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଛି। ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆଦାୟ ହୋଇଥିଲା।

Leave a Reply

Your email address will not be published. Required fields are marked *