ନୂଆପଡ଼ା ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଜିଲା ଖବର ନୂଆପଡ଼ା ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ଵର, ୧୬/୧୦:ନୂଆପଡା ଉପନିର୍ବାଚନ ଜିତିବା ପାଇଁ ବିଜେପି ଜୋରଦାର ଉଦ୍ୟମ କରିଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟ ପାଇଁ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ଦଳ । ଜୟଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଲିକାର ପ୍ରଥମେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦ୍ୱିତୀୟରେ ସଭାପତି ମନ ମୋହନ ସାମଲ । ତିନି ଜଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱନୀ ବୈଷ୍ଣବ ଏବଂ ଜୁଏଲ ଓରାମ ମଧ୍ୟ ପ୍ରଚାର କରିବେ । ଏହାସହିତ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ବିଜେପି ରାଷ୍ଟ୍ରୀୟ ପ୍ରଭାରୀ ବୈଜୟନ୍ତ ପଣ୍ଡା, ଦୁଇ ପ୍ରଭାରୀ ସୁନୀଲ ବଂଶଲ ଓ ଲତା ଉଶେଣ୍ଡି ପ୍ରଚାରକୁ ଓହ୍ଲାଇବେ । ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ କନକବର୍ଦ୍ଧନ ସିଂହ ଦେଓ ମଧ୍ୟ ଜୟଙ୍କ ଲାଗି ପ୍ରଚାର କରିବେ ।

Leave a Reply

Your email address will not be published. Required fields are marked *