08213933 4a6e 4cf7 8962 6914a4e0f586

ସାରଳା ଦାସଙ୍କ ସ୍ମୁତିସ୍ତମ୍ଭ ଓ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସ୍ଥାନ ନିରୂପଣ ହେଲା

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :  ଓଡ଼ିଆ ଭାଷା ସାହିତ୍ୟ ର ପ୍ରାଣ ପ୍ରତିଷ୍ଠାତା ଆଦିକବି ଶୂଦ୍ରମୁନି ସାରଳା ଦାସ ଙ୍କ ସ୍ମୁତିସ୍ତମ୍ଭ ଓ ପ୍ରତିମୂର୍ତ୍ତି ସହିତ ସାରଳା ମନ୍ଦିରର ସମ୍ମୁଖରେ ଥିବା ହନୁମାନ ମନ୍ଦିର ଓ ଦୋଳ ମଣ୍ଡପ ର ପୁନଃ ନିର୍ମାଣ ନିମନ୍ତେ, ଗତ ସୋମବାର ଦିନ ଅପରାହ୍ନ ରେ ଏକ ଜରୁରୀକାଳୀନ ବୈଠକ, ମନ୍ଦିର କାର୍ଯ୍ୟାଳୟ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ୟ୍ଯରଞ୍ଜନ ପରିଜା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସାରଳା ଦାସ ଙ୍କ ସ୍ମୁତିସ୍ତମ୍ଭ୍ ଓ ପ୍ରତିମୂର୍ତ୍ତି କୁ ବଳଭଦ୍ର ଦେବ ଙ୍କ ସ୍ମୁତିମନ୍ଦିର ସ୍ଥାନରେ ଆକର୍ଷଣୀୟ ଓ ମର୍ଯ୍ୟାଦାପୂର୍ଣ୍ଣ ଭାବରେ ନିର୍ମାଣ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା ବେଳେ ହନୁମାନଜୀ ଙ୍କ ମନ୍ଦିର ଓ ଦୋଳ ମଣ୍ଡପ ନିର୍ମାଣ ନିମନ୍ତେ ମଧ୍ଯ ସ୍ଥାନ ନିରୂପଣ କରାଯାଇଥିଲା ।

ଏହି ଗୁରୁତ୍ୱ ପୂର୍ଣ୍ଣ ବୈଠକରେ ,ଜଗତସିଂହପୁର ଜିଲ୍ଲାର ସହକାରୀ ଜିଲ୍ଲାପାଳ ତଥା ସାରଳା ମନ୍ଦିରର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ କୁମାର ଜେନା, ତିର୍ତ୍ତୋଲ ତହସିଲଦାର ମହେଶ୍ବର ବେହେରା , ଠିକାଦାରୀ ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର ବିରଞ୍ଚି ନାରାୟଣ ଜେନା, ମନ୍ଦିରର ପ୍ରସାଶନିକ ଅଧିକାରୀ ବରଦା ପ୍ରସାଦ ମହାନ୍ତି ଓ ଦୀପକ କୁମାର ପଣ୍ଡା ଙ୍କ ସମେତ ମାଆଙ୍କ ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା, ପରିଚ୍ଛା ଦୁର୍ଗା ଚରଣ ପଣ୍ଡା, ପୂଜାପଣ୍ଡା ପ୍ରମୋଦ କୁମାର ପଣ୍ଡା, ବରିଷ୍ଠ ସେବାୟତ ଲକ୍ଷ୍ମୀଧର ମହାପାତ୍ର, କ୍ଷୀରୋଦ କୁମାର ରାଉଳ, ଗୋଲକ ଚନ୍ଦ୍ର ରାଉଳ, ନୃସିଂହ ଚରଣ ନାୟକ, ହରେକୃଷ୍ଣ ନାୟକ, ତ୍ରିଲୋଚନ ରାଉଳ, ଜିତେନ୍ଦ୍ର ରାଉଳ, ଦେବୀ ପ୍ରସାଦ ରାଉଳ, ରଶ୍ମୀ ରଞ୍ଜନ ରାଉଳ, ରମେଶ ଚନ୍ଦ୍ର ରାଉଳ, ନୃସିଂହ ଚରଣ ରାଉଳ, ରଜନୀକାନ୍ତ ରାଉଳ, ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିବା ସହିତ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ବୈଠକ ସ୍ଥଳରୁ ଏହି ସମସ୍ତ ପ୍ରକଳ୍ପ ର ସ୍ଥାନ ନିରୂପଣ କରିବା ନିମନ୍ତେ ଠିକଣା ସ୍ଥାନକୁ ଯିବାପରେ ସର୍ବସମ୍ମତି କ୍ରମେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ତେବେ ଜଗତସିଂହପୁର ଜିଲ୍ଲାପାଳ ତଥା ସାରଳା ମନ୍ଦିର ପରିଚାଳନା ସମିତି ର ସୋଲ ଟ୍ରଷ୍ଟିଙ୍କ ନିକଟରେ ଦୀର୍ଘ ବର୍ଷ ବର୍ଷ ଧରି, ଭିତ୍ତିଭୂମିର ବିକାଶ ପାଇଁ, ଆବଶ୍ୟକୀୟ ଜମି ଅଧିଗ୍ରହଣ ଫାଇଲ ପଡ଼ିରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇ ପାରି ନଥିବାରୁ ଏହି ବୈଠକରେ ଘୋର ଉଦବେଗ ପ୍ରକାଶ ପାଉଥିଲା। ଯଥାଶୀଘ୍ ଜିଲ୍ଲାପାଳ ଏଥି ପ୍ରତି ଯଥାର୍ଥ ଦୃଷ୍ଟି ଦେଇ ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବୈଠକରେ ଉପସ୍ଥିତ ଥିବା ଜନସାଧାରଣ ଦୃଢ଼ ଦାବୀ କରିଥିଲେ।

Leave a Reply

Your email address will not be published. Required fields are marked *