ଏସଆଇ ନିଯୁକ୍ତି ଦୁର୍ନୀତିର ମୋଷ୍ଟ ଓ୍ବାଣ୍ଟେଡ ମୁନା ମହାନ୍ତି ଗିରଫ

ଅପରାଧ ଜିଲା ଖବର ବ୍ରହ୍ମପୁର ରାଜ୍ୟ
Spread the love

ବ୍ରହ୍ମପୁର, ୧୭/୧୦: ଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ୟତମ ମୋଷ୍ଟ ଓ୍ବାଣ୍ଟେଡ ଅଭିଯୁକ୍ତ ମୁନା ମହାନ୍ତି ଧରାପଡ଼ିଛି। ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରୁ କ୍ରାଇମବ୍ରାଞ୍ଚ ମୁନାକୁ ଗୁରୁବାର ଗିରଫ କରିଛି। ଶହ ତାର ୨ସହଯୋଗି କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗୁରୁବାର ପ୍ରଥମେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ସ୍ଥାନରେ ଚଢ଼ାଉ କରାଯାଇଥିଲା। କିନ୍ତୁ ଚଢ଼ାଉ ପୂର୍ବରୁ ମୁନା ଫେରାର ହୋଇଯାଇଥିଲା। ପରେ କ୍ରାଇମବ୍ରାଞ୍ଚ ତାକୁ ଧରିବାରେ ସଫଳ ହୋଇଛି।ଏହି ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବେ ବି ଫେରାର ରହିଛି। ଶଙ୍କର ପକ୍ଷରୁ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଛି। ତେବେ ଏହି ମାମଲାରେ ପୂର୍ବରୁ ୧୧୯ ଜଣଙ୍କୁ ଗିରଫ କରାଯାଇଥିଲା। ମୁନାର ଗିରଫଦାରି ପରେ ସଂଖ୍ୟା ୧୨୦​‌ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *