ବ୍ରାଜିଲରେ ବାଦୁଡ଼ିଠାରେ କୋଭିଡ୍‌-୧୯ ଭୂତାଣୁ ଚିହ୍ନଟ

ଦେଶବିଦେଶ
Spread the love

ନୂଆଦିଲ୍ଲୀ,୧/୧୧: ବ୍ରାଜିଲରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ବାଦୁଡ଼ିଠାରେ କୋଭିଡ୍‌-୧୯ ଭଳି ଭୂତାଣୁ ଚିହ୍ନଟ ହୋଇଛି। ଆମେରିକା, ଜାପାନ,ଅଷ୍ଟ୍ରେଲିଆ ଏବଂ ବେଲ୍‌ଜିୟମ୍‌ର ବୈଜ୍ଞାନିକମାନଙ୍କ ଏକ ଅନ୍ତର୍ଜାତୀୟ ଟିମ୍‌ ଏହି ନୂଆ ଭାଇରସ୍‌ ଚିହ୍ନଟ କରିଥିବାବେଳେ ଏହାକୁ ନେଇ ସମ୍ଭାବ୍ୟ ସଂକ୍ରମଣ ଓ ନୂଆ ରୋଗର ଆଶଙ୍କା ଦେଖାଦେଇଛି। ବେଟାକରୋନା ଭୂତାଣୁ ଯଥା ସିଭିୟର୍‌ ଆକ୍ୟୁଟ୍‌ ରେସ୍ପିରେଟୋରି ସିଣ୍ଡ୍ରୋମ୍‌ ଭାଇରସ୍‌ (ଏସ୍‌ଏଆର୍‌ଏସ୍‌-ସିଓଭି-୨) ଏବଂ ମିଡିଲ୍‌ ଇଷ୍ଟ୍‌ ରେସ୍ପିରେଟୋରି ସିଣ୍ଡ୍ରୋମ୍‌ ଭାଇରସ୍‌ (ଏମ୍‌ଇଆର୍‌ଏସ୍‌-ସିଓଭି) ସମେତ ଅନେକ ଭୂତାଣୁର ପ୍ରାକୃତିକ ଭଣ୍ଡାର ହେଉଛନ୍ତି ବାଦୁଡ଼ି। ଟେରୋନୋଟସ୍‌ ପାର୍ନେଲି ନାମକ ଏକ କ୍ଷୁଦ୍ର ତଥା ମୁହଁରେ ମୁଚ୍ଛ ଥିବା ବାଦୁଡ଼ିଠାରୁ ବିଆର୍‌ଜେଡ୍‌ ବ୍ୟାଟ୍‌ କୋଭ୍‌ ନାମରେ ଭୂତାଣୁକୁ ଓସାକା ଏବଂ ସିଡ୍‌ନୀ ୟୁନିଭର୍ସିଟିର ଗବେଷକ ଟିମ୍‌ ଚିହ୍ନଟ କରିଛି। ଏହା ବେଟାକରୋନା ଭାଇରସ୍‌ଠାରୁ ବର୍ଗାନୁବଂଶିକ ଭାବେ ଭିନ୍ନ ବୋଲି ଗବେଷକମାନେ କହିଛନ୍ତି। ତେବେ ବିଆର୍‌ଜେଡ୍‌ ବ୍ୟାଟ୍‌ ସିଓଭି କୋଭିଡ୍‌ ନୁହେଁ, ବରଂ ଏହାର ଏମ୍‌ଇଆର୍‌ଏସ୍‌ ଭୂତାଣୁ ସହ ଅଧିକ ନିବିଡ଼ ସମ୍ପର୍କ ରହିଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *