ବାବା ଧବଳେଶ୍ଵରଙ୍କ ପୀଠରେ ବଡଓଷା ପାଇଁ ଅସମ୍ଭାଳ ଭିଡ

କଟକ ରାଜ୍ୟ
Spread the love

ଆଠଗଡ, ୩/୧୧: ଚାଲିଛି ପବିତ୍ର କାର୍ତ୍ତିକ ମାସ। ଆଜି ପଞ୍ଚୁକର ତୃତୀୟ ଦିନ ସହ ବାବା ଧବଳେଶ୍ଵରଙ୍କ ପୀଠରେ ପାଳିତ ହେଉଛି ବଡ଼ଓଷା । ଏଥିଲାଗି ରାତି ୪ଟାରୁ ପହଡ ଖୋଲାଯାଇ ବାବାଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଛି। ବଡ ଓଷା ଉପଲକ୍ଷେ ଆଜି ସକାଳୁ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବା ଲାଗି ଲକ୍ଷାଧିକ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ଆଜି ବଡ ସିଂହାର ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ବାବା।ସେପଟେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ୩ ଆଡ଼ିସିଓନାଲ ଏସପି, ୮ ଡିଏସପି, ୨୦ ଆଇଆଇସି ଙ୍କ ସହ ୧୫ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ମନ୍ଦିର ପୀଠ ମଧ୍ୟରେ ଓ ବାହାରେ ୩୨ ଟି ସିସି କ୍ୟାମେରା ଲାଗିଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *