ଭୁବନେଶ୍ୱର,୨୫/୧୧: ପ୍ରେମ ସଜାଇଲା ବାଇକ୍ ଚୋର। ପ୍ରେମିକାକୁ ଖୁସି କରିବା ନିଶାରେ ଜଣେ ଯୁବକ ରାଜଧାନୀରେ ବାଇକ୍ ଚୋରି କରି ପୋଲିସ ଜାଲରେ ଧରାପଡ଼ିଛନ୍ତି। ଏଭଳି ଘଟଣା ଘଟିଛି ଖୋଦ୍ ରାଜଧାନୀ ଭୁବନେଶ୍ଵରରେ। ଅଭିଯୁକ୍ତ ଜଣକ ତାଙ୍କ ଗାର୍ଲଫ୍ରେଣ୍ଡ ପାଇଁ ଏକ ସୁପର ବାଇକ୍ ଚୋରି କରିଥିଲେ। ଚୋରି ବାଇକ୍ରେ ଗାର୍ଲଫ୍ରେଣ୍ଡକୁ ବସାଇ ରାଜଧାନୀରେ ବୁଲାଉଥିବା ବେଳେ ପୁଲିସ୍ ତାଙ୍କୁ ପିଛା କରିଥିଲା। ପରେ ଦୁହେଁ ସହରସାରା ବୁଲି ଆଇଜି ପାର୍କରେ ସମୟ ବିତାଉଥିବା ବେଳେ ପୁଲିସ୍ ସେମାନଙ୍କୁ କାବୁ କରିଥିଲା। ପୁଲିସ୍ ଚୋରି ହୋଇଥିବା ସୁପର ବାଇକ୍କୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖିଛି।
