ଝଙ୍କଡ଼,୨୫/୧୧: କଟକ ର ଏକ ଖବରକାଗଜ ପ୍ରେସ ର ଅବସରପ୍ରାପ୍ତ କର୍ମଚାରୀ, ଝଙ୍କଡ଼ ସାରଳା ପୀଠ, ମୁଳିସିଂହ ପଞ୍ଚାୟତ, ବାବା ଗୋଠେଶ୍ୱର ମହାଦେବ ଙ୍କ ମନ୍ଦିରରେ ସ୍ବର୍ଗତ ରାମଚନ୍ଦ୍ର ମହାରଣା ଙ୍କ ଏକାଦଶl ହ ଉପଲକ୍ଷେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା , ଆଧ୍ୟାତ୍ମିକ ପ୍ରବଚନ ଓ ଭଜନ ସମାରୋହ ଗତ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ସାରଳା ସଂସ୍କୃତି ଗବେଷଜ ରମାକାନ୍ତ ରାଉଳ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱl ବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରାକ୍ତନ ଶିକ୍ଷକ ଦିଗାମ୍ବର ରାଉତ ଭାଗବତ ତତ୍ତ୍ୱ ଉପରେ ଦିବ୍ୟ ପ୍ରବଚନ ଦେଇଥିବା ବେଳେ, କୃଷ୍ଣଚନ୍ଦ୍ର ବେହେରା, ସୁକାନ୍ତ, ରମାକାନ୍ତ, ପ୍ରାଚୀ ମଞ୍ଜରୀ ଦାସ ପ୍ରମୁଖ କଳାକାର ମାନଙ୍କ ଦ୍ୱାରା ଭକ୍ତି ସଙ୍ଗୀତ ର ଆସର ଏକ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ କୁ ନବକିଶୋର ମହାରଣା, ମଲ୍ଲୀ ମହାରଣା, ସୁକାନ୍ତି, ଶ୍ରଦ୍ଧା, ଏଲିନା, ଡମ୍ବରୁ ଧର ମହାରଣା, ମମୀନୀ ମହାରଣା ଓ ପର୍ଶୁରାମ ମହାରଣା ଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l
