ବାଲେଶ୍ୱର, ୧୯/୧୨: ବାଲେଶ୍ୱର ଜିଲା ସୋରରେ ରାସ୍ତାକଡରେ ମେଡିସିନ୍ ଫୋପାଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣା ପାଇଁ ଦୁଇ ଜଣ ଏଏନଏମ୍ କର୍ମୀଙ୍କୁ ନିଲମ୍ବିତ କରିଛନ୍ତି ବାଲେଶ୍ୱର ସିଡିଏମଓ । କୁଲିଗାଁ ଏଏନଏମ ତନୁସ୍ମିତା ନାୟକ ଓ ଇଞ୍ଚୁଡି ସବସେଣ୍ଟର ଏଏନଏମ କବିତା ବେହେରା ନିଲମ୍ବିତ ହୋଇଛନ୍ତି । ରେମୁଣା ମେଡିକାଲ ଇନଚାର୍ଜ ଡା.ରାମଚନ୍ଦ୍ର କିସ୍କୁ ଏନେଇ ସୂଚନା ଦେଇଛନ୍ତି । ଗତ ୧୧ ତାରିଖରେ ରେମୁଣା ନିମିକି ଛକ ରାସ୍ତାରେ ପଡିଥିଲା ଗଦା ଗଦା ମେଡିସିନ୍ । ଆଇରନ ଓ ଫଲିକ ଏସିଡ୍ ସିରପ ପଡିଥିବା ଖବର ଜଣାପଡିଥିଲ ।
