ଓଡ଼ିଶା ରାଷ୍ଟ୍ର ବାଦି ସଂଘ ତରଫରୁ ସାମ୍ବାଦିକ ସମ୍ମିଳନୀ

କଟକ ରାଜ୍ୟ
Spread the love

କଟକ, ୧୯/୧୨: ଓଡ଼ିଶା ମୁଖ୍ୟବିଦୂତ ବିତରକ ସଂସ୍ଥା ଟାଟା ପାୱାର ର ଗ୍ରାହକ ମାରଣ ନୀତି ବିରୁଧ୍ୟରେ ରେ ଓଡ଼ିଶା ରାଷ୍ଟ୍ର ବାଦି ସଂଘ ତରଫରୁ ଘୋର ନିନ୍ଦା ସହ ଆଗାମୀ ଦିନରେ ଟାଟା ପାୱାର ଟିକସ ଓ ଜାମା କାଳୀନ ଟଙ୍କା ଆଦେଶ୍ କୁ ପ୍ରତ୍ୟାହାର ନ କଲେ ସଂଘ ତରଫରୁ ସମସ୍ତ ଟାଟା ପାୱାର ଅଫିସ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା କରାଯିବ।ଉପଭୋକ୍ତା ମାନଙ୍କୁ ଘରକୁ ଘର ଯାଇଁ ସଚେତନତା ଅଭିଯାନ ଆରମ୍ଭ କରାଯିବ।

କଟକ ସଦର ବିଭିନ୍ନ ଗ୍ରାମ ରେ କେବୁଲ ତାର ଲାଗିଥିବା ଅଭିଯୋଗ ,ତାର ଝୁଲିକି ରହିବା,ତାର ରେ ଲଟା ମାଡ଼ିବା,ବିଭିନ୍ନ ଜାଗାରେ ତାର୍ ଖୁଣ୍ଟ ଗୁଡ଼ିକ ଅବ୍ୟବସ୍ତା ରେ ଥିବା ସହିତ ,କର୍ମ ଚାରି ମାନେ ଜରୁରୀ ଫୋନ୍ ନ ଉଠେଇବା ଗ୍ରାହକ ଙ୍କୁ ଜାଣି ଶୁଣି ହଇରାଣ କରିବା।ଅଭିଯୋଗ ହେଇ ଆସୁଛି କିନ୍ତୁ ଏଥି ପ୍ରତି କମ୍ପାନୀ ଗୁରୁତ୍ଵ ଦେଉ ନାହିଁ।

ଓଡ଼ିଶା ରାଷ୍ଟ୍ର ବାଦି ସଂଘ ର ସଭାପତି ଇଂ ଗିରିଜା ଶଙ୍କର ପତି ଙ୍କ ନିର୍ଦ୍ଦେଶ କ୍ରମେ ଏହି ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା ଏଥିରେ ଉପସଭାପତି ସତ୍ୟ ନାରାୟଣ ମହାନ୍ତି,ଉପ ସଭାପତି ସଞ୍ଜୟ କୁମାର ସାହୁ,ଯୁବ ରାଜ ପଣ୍ଡା ,ସମ୍ପାଦକ ଦେବୀପ୍ରସାଦ ପତି,ସଂଯୋଜକ ପୀୟୁଷ ରଞ୍ଜନ ପରିଡ଼ା,ଉପଦେଷ୍ଟା ପ୍ରଦୀପ୍ତ ମହାପାତ୍ର, ଅନୀରୁଦ୍ଧ ରାଉଳ,ନାରାୟଣ କୁମାର ପଣ୍ଡା,ଯୁବ ସଂଯୋଜକ ସୁବାସ କୁମାର ପଣ୍ଡା,କୃଷ୍ଣ ଚନ୍ଦ୍ର ବେହେରା,ସରୋଜ ଜେନା, ବଳ ରାମ ନାୟକ ସହ ଅନ୍ୟମାନେ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *