କଟକ ସଦର,୧୯/୧୨: କଟକ ସଦର ୪୨ ମୌଜା ବଉଳକୁଦ ଗ୍ରାମର ସ୍ବର୍ଗତ ନୃସିଂହ ଚରଣ ଦେବତା ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ରେ ବଉଳକୁଦ ସ୍କୁଲ ପ୍ରାଙ୍ଗଣ ରେ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଗ୍ରାମରେ ବସବାସ କରୁଥିବା ଅନୁସୂଚିତ ବର୍ଗର ଛାତ୍ର ଛାତ୍ରୀ ଙ୍କ ଶିକ୍ଷା କୁ ଦୃଷ୍ଟିରେ ରଖି ସ୍କୁଲ ପ୍ରତିଷ୍ଠା କରିବା ରେ ଅତୀତ ର ନିଷ୍ପତି କୁ ଉଜ୍ଜୀବିତ ରଖିବା ପାଇଁ ପ୍ରତିମୂର୍ତ୍ତି କୁ ସ୍କୁଲ ର କୁନି ଛାତ୍ରୀ ମିଲି ଦାସ ଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା। ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟି ର ସଦସ୍ୟ ମାନସ ପରିଡ଼ା ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ପୂର୍ବକ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ସ୍ବର୍ଗତ ନୃସିଂହ ଙ୍କ ଅତୀତ ଜୀବନୀ ଗ୍ରାମ ରେ ନେଇଥିବା ସାଂସ୍କୃତିକ କାର୍ଯକ୍ରମ ଠାରୁ ଗ୍ରାମର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସହିତ ଛାତ୍ରଛାତ୍ରୀ ମାନେ କିଭଳି ଶିକ୍ଷାଲାଭ କରିବାପାଇଁ ଜମୀଦାନ କରି ସ୍କୁଲ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ବିଷୟ ରେ ଅତିଥି ମାନେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ| ଅମ୍ବିକା ପାତ୍ର, ପୂର୍ବତନ ସରପଂଚ ବିଦ୍ୟାଧର ପାତ୍ର , ପୂର୍ବତନ ସରପଂଚ ରାମଚନ୍ଦ୍ର ଗୋଚ୍ଛାୟତ, ଦଧିବାମନପୁର ସରପଞ୍ଚ ସୁମିତ୍ରା ଗୋଚ୍ଛାୟତ, ପଦ୍ମନାଭ ଗୋଚ୍ଛାୟତ, ସମାଜସେବୀ ପ୍ରତାପ ପାତ୍ର, ହୃଷି କାଣ୍ଡି , ଗ୍ରାମର ସଭାପତି ସୁବୋଧ ଦେବତା, ପୂର୍ବତନ ସଭାପତି ନାରାୟଣ ପତି, ନୁର ବେହେରା, ବିଜୟ ଦେବତା , ଜ୍ୟେଷ୍ଠ ପୁତ୍ର ଜ୍ୟୋତି ପ୍ରକାଶ ଦେବତା, ପୁତ୍ର ପ୍ରଭାତ ଦେବତା, ବୋହୂ ସତ୍ୟଭାମା ଦେବତା , ରଜତ ଦେବତା, ଅନିଲ ଦାସ, ସଞ୍ଜୟ ବେହେରା, ସାମ୍ବାଦିକ ଚନ୍ଦ୍ରଶେଖର ପତି, ସନାତନ ବେହେରା, ଦୁର୍ଯୋଧନ ଦେବତା, ଦୀପକ ଦେବତା, ଲିପୁନା ଦେବତା, ହୋଚିମିନି ଦେବତା ପ୍ରମୁଖ ମାଲ୍ୟାର୍ପଣ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।
