କଟକ ସଦର, ୨୧/୧୨: ଅଭିନବ ୪୨ମୌଜା ସଂଗଠନ ପକ୍ଷରୁ ଗତ ଶନିବାର ଦିନ ବରାଳ ସ୍ଥିତ ମହେନ୍ଦ୍ର ସ୍ମୃତି ନୀଳକଣ୍ଠ ନାଥ ବିଦ୍ୟାପୀଠ ଠାରେ ଆସନ୍ତା ୧୦ମ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ସମ୍ବନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଅଲେଖ ଭୋଇ, ତୃପ୍ତି ରଞ୍ଜନ ପତି, ସତ୍ୟବ୍ରତ ଦିକ୍ଷୀତ, ସ୍ବାଗତ ନାୟକ, ବରିଷ୍ଠ ମହିଳା ସଦସ୍ୟା ଶ୍ରୀମତୀ ତୃପ୍ତିମୟୀ ମହାନ୍ତି, ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ସାହୁ, ବିଶ୍ୱଜିତ୍ ପତି, ଅମିତ୍ ମହାପାତ୍ର, ବିଷ୍ଣୁ ଚରଣ ଦାଶ, କମଳାକାନ୍ତ ସ୍ୱାଇଁ ଓ ଦୁଷ୍ମନ୍ତ ନନ୍ଦ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରିନା ବିଶ୍ଵାଳ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସଫଳ ହେବା ପାଇଁ କିଭଳି ନିଜକୁ ପ୍ରସ୍ତୁତି କରିବେ ତାର ଏକ ପ୍ରସ୍ତୁତି ପତ୍ର ପାଠ କରିବା ସହିତ ସମ୍ପୃକ୍ତ ପ୍ରସ୍ତୁତି ପତ୍ର ଏବଂ ପେନ୍ ଇତ୍ୟାଦି ଉପକରଣ ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟନ କରାଯାଇଥିଲା ଯାହାକି ଛାତ୍ରଛାତ୍ରୀ ମାନେ ଘରେ ରହି ନିଜକୁ ପ୍ରସ୍ତୁତି କରିବାରେ ସହାୟକ ହେବ ବୋଲି ସଂଗଠନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା। ପରିଶେଷରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ସମସ୍ତ କର୍ମକର୍ତ୍ତାଙ୍କୁ ସଂଗଠନ ତରଫରୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।
