ରାୟଗଡ଼ାରେ ସ୍ଥାପନା ହେବ ଏରୋସ୍ପେସ ଆଣ୍ଡ ଡିଫେନ୍ସ ମେନୁଫକ୍ଟରିଙ୍ଗ ଫାସିଲିଟି

ରାଜ୍ୟ ରାୟଗଡ଼ା
Spread the love

ରାୟଗଡ଼ା, ୨୧/୧୨: ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ଠାରେ ଅନୁଷ୍ଠିତ‌ ହୋଇଥିବା ମେଗା ରୋଡ ସୋ ଓଡ଼ିଶା ନିବେଶକ ସମ୍ମିଳନୀରେ ରାୟଗଡ଼ା ଠାରେ ଏରୋସ୍ପେସ ଆଣ୍ଡ ଡିଫେନ୍ସ ମେନୁଫକ୍ଟରିଙ୍ଗ ଫାସିଲିଟି ସ୍ଥାପନା ହୋଇଥିବା ନେଇ ଚୁକ୍ତି ହୋଇଥିବା ଜଣାପଡିଛି। ଏହି ଚୁକ୍ତି ସମୟରେ ପ୍ରିମିୟର ଏକ୍ସପ୍ଲୋଜିଭ ଲିମିଟେଡର ପରିଚାଳନା ନିର୍ଦେଶକ ଟି ଭି ଚୌଧୁରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଏନେଇ ଶିଳ୍ପମନ୍ତ୍ରୀ ଶ୍ରୀ ସ୍ବାଇଁ ନିଜ ସାମାଜିକ ଗଣମାଧ୍ୟମ‌ ‘ଏକ୍ସ’ ରେ ଏହି ପ୍ରକଳ୍ପ ଦ୍ବାରା ଡିଫେନ୍ସ ମେନୁଫେକ୍ଚରିଙ୍ଗ ଇକୋ ସିଷ୍ଟମ ଦୃଢ଼ୀଭୂତ ହେବ ବୋଲି ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ତତ୍କାଳୀନ ଅବସରପ୍ରାପ୍ତ ବରିଷ୍ଠ ଆଇପିଓ ସବ୍ୟସାଚୀ ସାହୁ ଉପସ୍ଥିତ ରହି ପ୍ରକଳ୍ପ ସଂପର୍କିତ ବିଭିନ୍ନ ଦିଗ ପ୍ରତି ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଇପିକଲର ପରିଚାଳନା ନିର୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ପ୍ରକଳ୍ପ ସ୍ଥାପନ ହେ‌ଲେ ବହୁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ବୋଲି ସବ୍ୟସାଚୀ ସାହୁ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *