ଜନ୍ମମାଟିରେ ପଲ୍ଲୀକବିଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

କଟକ
Spread the love

ମାହାଙ୍ଗା, ୨୨/୧୨: ଓଡ଼ିଆ ସାହିତ୍ୟର ଯଶସ୍ବୀ ସ୍ରଷ୍ଠା ପଲ୍ଲିକବି ନନ୍ଦକିଶୋର ବଳଙ୍କ ୧୫O ତମ ଜୟନ୍ତୀ କବିଙ୍କ ଜନ୍ମମାଟି କୁସୁପୁର ଠାରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବହୁ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ, ଗବେଷକ, କବି, ସାମ୍ବାଦିକ,ଏବଂ ସାରସ୍ୱତ ପ୍ରେମୀ ବ୍ୟକ୍ତିମାନେ ଯୋଗଦେଇ ପଲ୍ଲୀ ପ୍ରକୃତିର ସେହି କାଳଜୟୀ ସ୍ରଷ୍ଠା ସ୍ବର୍ଗତ ବଳଙ୍କ ଅନନ୍ୟ ସୃଷ୍ଟି ଉପରେ ଆଲୋକପାତ କରିଥିଲେ l ମାହାଙ୍ଗା ସାରସ୍ୱତ ସେବା ମଞ୍ଚ ସଭାପତି ଡକ୍ଟର ଭାବଗ୍ରାହୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାରସ୍ୱତ ଉତ୍ସବରେ ମୁଖ୍ୟ ଅତିଥିଭାବେ କବି ପ୍ରଶାନ୍ତ କୁମାର କର ଯୋଗଦେଇ ଥିଲେ l ଓଡ଼ିଆ ସାହିତ୍ୟକୁ ପଲ୍ଲିକବିଙ୍କ ଅମୁଲ୍ୟ ଅବଦାନ ଚିର ଜାଜୁଲ୍ୟମାନ ବୋଲି ଶ୍ରୀ କର କହିଥିଲେ lଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ଅଖିଳେଶ ମହାନ୍ତି,ଡକ୍ଟର ଜନାର୍ଦ୍ଦନ ରାଉତ,କବି ଲବଙ୍ଗଳତା ରାଉତ, କୃଷକ ସଂଗଠକ ମାଧବାନନ୍ଦ ଜେନା, ସାହିତ୍ୟିକ ବ୍ରଜ ସେନାପତି,ସମାଜସେବୀ ରଂଜିତ ସାହୁ, କବି ଅକ୍ଷୟ ଖଟୁଆ,ପ୍ରମୁଖ କବିଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଓଡ଼ିଆ ବାଣୀ ଭଣ୍ଡାରକୁ ନନ୍ଦ କିଶୋରଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ l ସେହିପରି ଅନିମା କର-ଶରତ କର ଫାଉଣ୍ଡେସନ ପକ୍ଷରୁ ପଲ୍ଲିକବିଙ୍କ ପୁଣ୍ୟ ତିଥିରେ ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ଶୁଭେନ୍ଦୁ ସାମଲ, ସମସର ଅଲ୍ଲୀ, କାର୍ତ୍ତିକ ବିହାରୀ, ପ୍ରମୋଦ ଭୂୟାଁ, ପ୍ରମୁଖ ଉପସ୍ଥିତ ହୋଇ କୁସୁପୁର ଠାରେ ନିର୍ମିତ କବିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *