କଟକ ସଦର, ୨୨/୧୨: ବୟାଳିଶ ମୌଜା ଥାନା ଅଧିକାରୀ ହେମନ୍ତ କୁମାର ସେଠୀଙ୍କ ତତ୍ୱାବଧାନରେ କମିଶନରେଟ ପୋଲିସ ପକ୍ଷରୁ ଏକ ରକ୍ତଦାନ ଶିବିର ଇଣ୍ଡିଆନ ରେଡକ୍ରସ ସୋସାଇଟି ଆଞ୍ଚଳିକ ଶାଖା ସହଯୋଗରେ ବେଣ୍ଟକାର ସ୍ଥିତ ଏଡିଏମ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମାନୀୟ ଅତିଥି ଭାବେ କମିଶନରେଟ ପୋଲିସ ଏଡିସିପି ରଞ୍ଜିତ ପୃଷ୍ଟି ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ। ଏସିପି ଫୋର୍ ଶଶୀକାନ୍ତ ରାଉତ, ଏସିପି ସିକ୍ସ୍ ଅଶୋକ କୁମାର ଗିରି, ରିଜର୍ଭ୍ ଇନ୍ସପେକ୍ଟର ବିଭୁଦତ୍ତ ପ୍ରଧାନ, ପୁରୀଘାଟ ଥାନା ଆଇଆଇସି ବିଶ୍ୱରଂଜନ ନାୟକ ଓ ସଦର ୟୁପିଡି ଆଇଆଇସି ତୁଷାରକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ରକ୍ତଦାତାଙ୍କ ଠାରୁ ମୋଟ ୧୦୮ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। କାର୍ଯ୍ୟକ୍ରମରେ ଅଞ୍ଚଳବାସୀ ସହଯୋଗ କରିଥିଲେ। କମିଶନରେଟ ପୋଲିସ ପକ୍ଷରୁ ଅଞ୍ଚଳବାସୀ ଓ ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା।
