ଭୁବନେଶ୍ୱର, ୨୫/୧୨: ଓଡ଼ିଶାରେ ମାଓନେତାଙ୍କ ମେରୁଦଣ୍ଡ ଭାଙ୍ଗିଗଲା । ଟପତ ମାଓନେତା ଗଣେଶଙ୍କ ନିହତକୁ ବଡ ସଫଳତା ବୋଲି କହିଛନ୍ତି ପୁଲିସ ଡିଜି ୱାଇ ବି ଖୁରାନିଆ । ସେ କହିଛନ୍ତି ଯେ ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଗଣେଶଙ୍କ ସମେତ ୪ ନକ୍ସଲ ନିହତ ହୋଇଛନ୍ତି, ଯାହା ଏକ ବଡ ସଫଳତା । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କ ମୂଳପୋଛ ଲକ୍ଷ୍ୟ ବୋଲି ଡିଜିପି କହିଛନ୍ତି । ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ଆମ ରାଜ୍ୟର ପଲିସି ସବୁଠୁ ଶ୍ରେଷ୍ଠ । ତେଣୁ ମାଓବାଦୀ ହିଂସାପଥ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ବୋଲି ଡିପିଜି ଆହ୍ୱାନ ଦେଇଛନ୍ତି ।ନିହତ ଟପ୍ ମାଓ ନେତା ଗଣେଶ ନାଁରେ ବିଭିନ୍ନ ରାଜ୍ୟରେ ପୁରସ୍କାର ରାଶି ଥିଲା । ଗଣେଶ ମୁଣ୍ଡ ଉପରେ ଓଡ଼ିଶା ସମେତ ୪ ରାଜ୍ୟରେ ପୁରସ୍କାର ରାଶି ଘୋଷଣା ହୋଇଥିବା ବେଳେ ଓଡ଼ିଶାରେ ଥିଲା ସର୍ବାଧିକ ୧ କୋଟି ୧୦ ଲକ୍ଷର ପୁରସ୍କାର ରାଶି । ଛତିଶଗଡ଼ରେ ଗଣେଶ ମୁଣ୍ଡ ଉପରେ ଥିଲା ୪୦ ଲକ୍ଷ ଟଙ୍କା ଏବଂ ତେଲେଙ୍ଗାନା ଓ ଆନ୍ଧ୍ରରେ ଥିଲା ୨୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା ହୋଇଥିଲା ।
