ଭୂବନେଶ୍ଵର, ୨୫/୧୨: ଆସନ୍ତାକାଲି ବିଜେଡି ପ୍ରତିଷ୍ଠା ଦିବସ । ଏହା ପୂର୍ବରୁ ବରିଷ୍ଠ ନେତା ଭୂପିନ୍ଦର ସିଂହ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ନୂଆଲୋକଙ୍କ ଆଣି ନେତୃତ୍ୱ ଦେଲେ ଭାଗ ହୋଇଯିବ ବିଜେଡି । ନବୀନ ବାବୁଙ୍କୁ ଛାଡି ବିଜେଡି ରହିପାରିବ ନାହିଁ । ୩ରୁ ୪ ଜଣଙ୍କୁ ନେଇ ଦଳ ପରିଚାଳନା ବନ୍ଦ ହେଉ । ଦଳ ଗୋଟିଏ ଟିମ୍ ଭାବେ କାମ କରୁ ବୋଲି ଭୂପିନ୍ଦର ମତ ରଖିଛନ୍ତି । ଆଯାଉଥିବା ବ୍ୟକ୍ତିଙ୍କ ପାଇଁ ଦଳର ବଡ କ୍ଷତି ହୋଇଛି । ଦଳରେ ସମସ୍ତେ ଆସିପାରିବେ, କିନ୍ତୁ ଯିଏ ଆସିବ ସେ ପ୍ରଥମେ କାମ କରିବେ । ଏହାସହିତ ପ୍ରଫୁଲ୍ଲଙ୍କ ଉପରେ ହୋଇଥିବା ଆକ୍ସନ ନେଇ ପ୍ରଶ୍ନ ଉଠାଇଛନ୍ତି । ପ୍ରଫୁଲ୍ଲ ମଲ୍ଲିକଙ୍କୁ କାହିଁକି ବାହାର କରାଗଲା, ସମସ୍ତଙ୍କ ଉପରେ ଆକ୍ସନ ନିଆଯାଇଥାଆନ୍ତା ।
