ସ୍କୁଟି ଉପରେ ଚଢ଼ିଗଲା ହାଇଓ୍ବା

ବାରିପଦା ରାଜ୍ୟ
Spread the love

ଜଳେଶ୍ଵର, ୮/୧: ଜଳେଶ୍ଵର -ରାଜଘାଟ ଓଟି ରୋଡର ମହମ୍ମଦ ନଗର ପାଟଣା ଠାରେ ଭୟଙ୍କର ସଡ଼କ ଦୁର୍ଘଟଣା। ବେଲପାଳ ନିକଟରେ ଚୋରାରେ ମହଜୁଦ ରଖାଯାଇଥିବା ବାଲି ଆଣିବାକୁ ଯାଉଥିବା ଏକ ହାଇଓ୍ବା ସ୍କୁଟି ଉପରେ ମାଡ଼ିଗଲା। ଫଳରେ ମହମ୍ମଦ ନଗର ପାଟଣା ଗାଁ ଶଙ୍କର ଲାଲ ଦେଙ୍କ ଝିଅ ଲାବଣ୍ୟପ୍ରଭା ଭୂୟାଁ (୩୬) ଗୁରୁତର ହୋଇଛନ୍ତି। ତାଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଲାବଣ୍ୟ ସ୍ଥାନୀୟ ବାଘାବାଳି ସ୍ଥିତ ଜ୍ଞାନ ମନ୍ଥର ପବ୍ଲିକ ଇଣ୍ଟରନ୍ୟାସନାଲ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଦୁର୍ଘଟଣାରେ ଗୁରୁତର ହୋଇଥିବା ଶିକ୍ଷୟିତ୍ରୀଙ୍କ ଚିକିତ୍ସା ସୁବିଧା,ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ବନ୍ଦ କରିବା, ଜଳେଶ୍ୱର-ରାଜଘାଟ ଓଟି ରୋଡ ରାସ୍ତା ମରାମତି ଦାବି ନେଇ ଦୁର୍ଘଟଣାଗ୍ରସ୍ତ ଶିକ୍ଷୟିତ୍ରୀଙ୍କ ପରିବାର ଓ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଜଳେଶ୍ଵର ଥାନା ପୁଲିସ ସେଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛି।

Leave a Reply

Your email address will not be published. Required fields are marked *