ବରୁଣପଡାରେ ଭଗବତଗୀତା ମାହାତ୍ମ୍ୟ ପରାୟଣ ଓ ପ୍ରବଚନ

ଜଗତସିଂହପୁର
Spread the love

ଝଙ୍କଡ଼ :  ବାଣୀକ୍ଷେତ୍ର ଝଙ୍କଡ଼ ର ସଅଁରା ପଞ୍ଚାୟତ ଅଧିନ ବରୁଣପଡା ଗ୍ରାମର ଗୋପୀନାଥ ଙ୍କ ପୀଠସ୍ଥଳିରେ ଗତ ଗୁରୁବାର ଦିନ ଶ୍ରୀମଦ ଭଗବତଗୀତା ପରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଯୁବସମାଜସେବୀ ନିହାର କୁମାର ମହାନ୍ତି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି ।  ଗୀତା ବିଶ୍ୱବିଦ୍ୟାଳୟ ର ମଣ୍ଡଳାଧୀଶ ପଣ୍ଡିତ ସଂଗ୍ରାମକିଶୋର ନାୟକ ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଗୀତାସେବୀ ଗଦାଧର ମହାରଣା, ସଂଗ୍ରାମକେଶରୀ ପଟ୍ଟନାୟକ, ହେମନ୍ତ କୁମାର ମହାନ୍ତି, ଅବିନାଶ ବାଜ, ମଧୁସ୍ମିତା ପ୍ରଧାନ, ଲକ୍ଷ୍ମୀଧର ସାହୁ ପ୍ରମ୍ମୁଖ ଆଲୋଚକ ଭାବେ ଯୋଗଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଓ ଗୀତାସେବୀ ଗୁରୁଜୀ ଗୁରୁମା ମାନେ, ଗୀତାମାହାତ୍ମ୍ୟ ପାଠକଲେ ମାନବଜୀବନ ସଂସ୍କାରିତ ହେବା ସହିତ ଦେବତ୍ତ୍ୱ ପ୍ରାପ୍ତି ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ଗୀତାଗ୍ରନ୍ଥ ସହିତ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ଶରତ ଚନ୍ଦ୍ର ମହାନ୍ତି ଓ ପ୍ରକାଶ କୁମାର ମୁଦୁଲି ଙ୍କ ସମେତ ଗ୍ରାମବାସୀ ମାନେ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ ।  ଶେଷରେ ପ୍ରାକ୍ତନ ପ୍ରଧାନଶିକ୍ଷକ ନରୋତ୍ତମ ଭୂୟାଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *