ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

କଟକ ରାଜ୍ୟ
Spread the love

ମାହାଙ୍ଗା  :  କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶତାୟୁ ଶିକ୍ଷାନୁଷ୍ଠାନ କଲ୍ୟାଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l
ପ୍ରଧାନଶିକ୍ଷୟିତ୍ରୀ ସୌଦାମିନୀ ଶରଣଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ପୁରାତନ ଛାତ୍ର ସଂଘ ସଭାପତି ସାମ୍ବାଦିକ ଅଖିଳେଶ ପଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l
ମୁଖ୍ୟବକ୍ତା ଭାବେ ପୂର୍ବତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ, ସମ୍ମାନିତ ବକ୍ତା ଭାବେ ସ୍କୁଲ ଶିକ୍ଷା କମିଟି ସଭାପତି ଶରତ କୁମାର ବେହେରା,ସମ୍ମାନିତ ଅତିଥିଭାବେ ସାମ୍ବାଦିକ ବିଜୟ କୁମାର ଜେନା,ଶିକ୍ଷୟିତ୍ରୀ ସବିତା ଦାସ, ଶିକ୍ଷୟିତ୍ରୀ ନୀଳାଶ୍ରୀ ନିରୋଜା ନଳିନୀ, ଶିକ୍ଷୟିତ୍ରୀ ମମତା ସାମଲ, ଶିକ୍ଷୟିତ୍ରୀ ସୁବର୍ଣ୍ଣା ମଞ୍ଜରୀ ମଲ୍ଲିକ ପ୍ରମୁଖ
ଯୋଗଦେଇଥିଲେ l
ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ସୌଦାମିନୀ ସିଂ,ଭାରତୀ ବେହେରା, ନିବେଦିତା ଶରଣ ପ୍ରମୁଖ ଉପସ୍ଥିତ ଥିଲେ l କନିଷ୍ଠ ବିଭାଗରେ ସ୍ୱାଧୀନ ପୃଷ୍ଟି ଏବଂ ବରିଷ୍ଠ ବିଭାଗରେ ଜୁନେଦ ଖାଁ ଚାମ୍ପିଆନ ହୋଇଥିଲେ l ସେମାନଙ୍କୁ ଟ୍ରଫି, ସାର୍ଟିଫିକେଟ ଓ ମେଡାଲ ପ୍ରଦାନ କରାଯାଇଥିଲା l ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର-ଛାତ୍ରୀ ମାନଙ୍କୁ ଅତିଥି ମନେ ପୁରସ୍କୃତ କରିଥିଲେ l ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ପରିବେଷଣ ହୋଇଥିବା ନୃତ୍ୟ, ସଂଗୀତ ଓ ଅଭିନୟକୁ ଅତିଥିମାନେ ପ୍ରଶଂସା କରିଥିଲେ l ଏହି ଉତ୍ସବରେ ପୁରାତନ ଛାତ୍ର ହେମନ୍ତ କୁମାର ବେହେରା,ଯୁବ ସଂଗଠକ ଗଣେଶ ଚନ୍ଦ୍ର ବିହାରୀ,ସତ୍ୟ ରଞ୍ଜନ ଦାସ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *