ଧର୍ମପ୍ରାଣା ହାରାମଣି ବେହେରାଙ୍କ ବିୟୋଗରେ ଶୋକ

ଜଗତସିଂହପୁର ରାଜ୍ୟ
Spread the love

ତିର୍ତ୍ତୋଲ :   ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ, ଝଙ୍କେଶ୍ୱର ଗ୍ରାମର ଧର୍ମପ୍ରାଣା, ମହିୟସୀ ମହିଳା ହାରାମଣି ବେହେରା (89) ଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ଭଗବତପ୍ରେମୀ ଥିବାରୁ, ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ, ମୂଳିସିଂହ ପଞ୍ଚାୟତ ସରପଞ୍ଚ ସଫି ଆଜାମ୍, ଜଗତସିଂହପୁରଜିଲ୍ଲା କଂଗ୍ରେସ ସଭାପତି ଦେବପ୍ରସାଦ ନାୟକ, ଇଂ ସୁବ୍ରତ ମଲ୍ଲିକ, ପିତାମ୍ବର ବାବା, ଆଇନୀଜୀବି ରମେଶଚନ୍ଦ୍ର ଦଳେଇ, କୈଳାଶ ଚନ୍ଦ୍ର ବେହେରା, ରାଜୀବଲୋଚନ ବେହେରା, ସାରଳାମନ୍ଦିରର ବରିଷ୍ଠସେବାୟତ ବିଶ୍ୱରଞ୍ଜନ ରାଉଳ, ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟବ୍ୟକ୍ତି ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ସାରଳାପୀଠ ର ସମସ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ପ୍ରମୁଖ ସହଯୋଗୀ ବିଳାସ ଚନ୍ଦ୍ର ବେହେରା ଓ ସୁଦର୍ଶନ ବେହେରା ଙ୍କ ନେତୃତ୍ୱରେ ଶବଶୋଭାଯାତ୍ରା ଗ୍ରାମ୍ୟ ଶ୍ମାଶନରେ ପହଞ୍ଚିବା ପରେ ବଡ଼ପୁଅ ଦୁର୍ଯ୍ୟୋଧନ ବେହେରା ମୁଖାଗ୍ନି ଦେଇଥିଲେ |

Leave a Reply

Your email address will not be published. Required fields are marked *