ସମ୍ମାନଜନକ ଡ଼କ୍ଟରେଟ୍ ଉପାଧି ପାଇଲେ ବୀରେନ୍ଦ୍ର ପ୍ରସାଦ ଦାସ

ରାଜ୍ୟ
Spread the love

କଟକ: ଇଣ୍ଡିଆନ ଆୱାର୍ଡ୍ସ ସେରିମନୀ ଆନୁକୂଲ୍ୟରେ ତଥା ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଜ୍ଞାନଦାନ୍ ଅନରାରି ଡ଼କ୍ଟରେଟ ଆୱାର୍ଡ୍ସ୍ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱର ରିଜିଓନାଲ କଲେଜ ଅଫ ମ୍ୟାନେଜମେଣ୍ଟ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ବିଶିଷ୍ଟ ଟ୍ରେଡ଼ ୟୁନିଅନ ନେତା ଶ୍ରୀ ବୀରେନ୍ଦ୍ର ପ୍ରସାଦ ଦାସଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି ।

ନାଲକୋ ଠାରୁ ଆରମ୍ଭ କରି ରାଜ୍ୟ,ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ସେ ଜଣେ ବରିଷ୍ଠ ଶ୍ରମିକ ନେତା । ଏହି ଉପଲକ୍ଷେ ଆୱାର୍ଡ୍ସ ଫାଉଣ୍ଡେସନ ପକ୍ଷରୁ ଶ୍ରୀ ଦାସଙ୍କୁ ସମ୍ମାନସୂଚକ ଗାଉଁନ,କ୍ରାଉଁନ,ଲାଲ ଉତ୍ତରୀୟ,ଟ୍ରଫି ଓ ସ୍ବର୍ଣ୍ଣ ପଦକ ସହ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଡ଼ଃ.ବୀରେନ୍ଦ୍ର ପ୍ରସାଦ ଦାସ ହେଉଛନ୍ତି ୪୨ ମୌଜା ବେଣ୍ଟକାର ନିବାସୀ ସ୍ବର୍ଗତ ଶଶିଭୂଷଣ ଦାସ ଓ ବାସନ୍ତୀ ଦାସଙ୍କ ସୁପୁତ୍ର ।

ଏହି ସଫଳତା ପାଇଁ ସେ ତାଙ୍କର ସ୍ବର୍ଗବାସୀ ପିତାମାତା,ଗୁରୁ ଗୁରୁଜନ,ବେଣ୍ଟକାର ଗ୍ରାମବାସୀ,୪୨ ମୌଜା ତଥା କଟକ ସଦରର ସମସ୍ତ ଜନସାଧାରଣ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ତାଙ୍କର ଶ୍ରେୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *