କଟକ : ଓଡ଼ିଆ ପକ୍ଷ ପାଳନ ଅବସରରେ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷ ରୁ ରେକର୍ଡ ୧୭୫ ୟୁନିଟ୍ ରକ୍ତ ସଂଗ୍ରହ | ଷ୍ଟୁଆର୍ଟ ବିଜ୍ଞାନ ମହାବଦ୍ୟାଳୟରେ ୱାଇଆରସି , ଏନସିସି ଓ ଏନଏସଏସ ଦ୍ବାରା ବିଶାଳ ରକ୍ତଦାନ ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ଦୀପା ନାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା। ଡ଼ ନାଗଙ୍କ ଦ୍ଵାରା ଶିବିରଟୀ ଉଦ୍ଘାଟିତ ହୋଇଥିଲା, ଡ଼ ଚନ୍ଦ୍ରିକା ପ୍ରସାଦ ଦାସ(ନିର୍ଦ୍ଦେଶକ,କେନ୍ଦ୍ରୀୟ ରେଡକ୍ରସ ରକ୍ତ କେନ୍ଦ୍ର), ଡ଼ ବିକାଶ ପ୍ରସାଦ (ନେସନାଲ୍ ଲେଭେଲ ଫାଷ୍ଟଏଡ୍ ମାଷ୍ଟର ଟ୍ରେନର), ଡ଼ ପ୍ରଶାନ୍ତ ଦାସ (ଉପସଭାପତି,ଫିଡ) ,ରାଜକିଶୋର ସାମନ୍ତରାୟ (ଚୌଦ୍ଵାର ବ୍ଲୋଡ ଡୋନର ଆସୋସିଏସନ୍) ଓ ଫାଷ୍ଟ୍ ଓଡିଶା ଅର୍ଟିଲାରୀ ବ୍ୟାଟେରୀ ସ୍ଥଳସେନା ଅଧିକାରୀ, ସୁବେଦାର ସନ୍ଦୀପ ପାଟିଲ ସମ୍ମାନନୀୟ ଅତିଥିଭାବେ ଅଂଶଗ୍ରହଣ କରି ମାନବସେବାରେ ରକ୍ତଦାନ କାର୍ଯ୍ୟକ୍ରମଟି ଏବଂ ଶ୍ରେଷ୍ଠ କାର୍ଯ୍ୟକ୍ରମ ବୋଲି ଉଦବୋଧନ ଦେଇଥିଲେ।
ଏହି କାର୍ଯ୍ୟକ୍ରମକୁ ଡ଼ ସସ୍ମିତା ପଟ୍ଟନାୟକ (ଯୁବ ରେଡକ୍ରସ୍ ସମ୍ପାଦକ), କ୍ୟାପଟେନ ଡ଼ ଅକ୍ଷୟ କୁମାର ଦାସ (ଏନସିସି ଅଫିସର) କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ। ଡ଼ ସନ୍ଧ୍ୟାସାୟନ୍ତିନି ମହାନ୍ତି (NSS,DPO), ଡ଼ ସ୍ମିତା ମହାନ୍ତି (YRC counseller),ଗୌତମ ମଲ୍ଲିକ (NSS,HS),ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ। ଏହି ଶିବିରରେ ମୋଟ ୧୭୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ମହାବିଦ୍ୟାଳୟର ୱାଇଆରସି , ଏନସିସି ଓ ଏନଏସଏସ ସ୍ୱଚ୍ଛସେବୀ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, କର୍ମଚାରୀମାନେ ମଧ୍ଯ ରକ୍ତଦାନ କରିଥିଲା। ମିସେସ ରଜତି ରାଉତ କାର୍ଯ୍ୟକ୍ରମର ରହି ସହଯୋଗ କରିଥିଲା।
