ତିର୍ତ୍ତୋଲ ବ୍ଲକରେ ଲୋକକଳା ପାଇଁ ଦିନଟିଏ ପାଳନ ଓ କଳାକାର ସମ୍ବର୍ଦ୍ଧନା ଉତ୍ସବ

ରାଜ୍ୟ
Spread the love

ଝଙ୍କଡ଼ :  ଲୋକକଳା, ଲୋକନୃତ୍ୟ ଓ ଲୋକ ସଙ୍ଗୀତ ସହିତ ସାରସ୍ୱତ ସାଧନା ରେ ଦକ୍ଷତା, ପାରଦର୍ଶିତା ଅର୍ଜ୍ଜନ କରି ଜିଲ୍ଲା, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଓ ସୁଖ୍ୟାତି ଲାଭ କରିଥିବା କଳାକାର ମାନଙ୍କୁ ତିର୍ତ୍ତୋଲବ୍ଲକ ସ୍ଥିତ ସାରଳାଦାସ ସମ୍ମିଳନୀ କକ୍ଷରେ, ଲୋକକଳା ପାଇଁ ଦିନଟିଏ ଓ ସମ୍ବର୍ଦ୍ଧନା ଉତ୍ସବ, ଗତ ଶୁକ୍ରବାର ଅପରାହ୍ନ ରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ ଙ୍କ ସଭାପତିତ୍ୱରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ଓଡିଶାର କଳାସଂସ୍କୃତି କୁ ବିଶ୍ୱଦରବାର ରେ ପହଞ୍ଚାଇବା ପାଇଁ, ଓଡ଼ିଆ ପକ୍ଷ 2026 ପାଳନ ନିମନ୍ତେ, ତିର୍ତ୍ତୋଲ ବ୍ଲକ ତରଫରୁ, କଳା ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ର ଆୟୋଜନ ବାସ୍ତବିକ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ l ଅତିରିକ୍ତ ବିଡ଼ିଓ ସତ୍ୟଜିତ ସ୍ୱାଇଁ ସ୍ୱାଗତ ଭାଷଣ ଓ ମଞ୍ଚସଂଚାଳନ କରିଥିଲେ l

ସମ୍ମାନିତ ଅତିଥି ଭାବେ ତିର୍ତ୍ତୋଲବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ଓ ସାମାଜିକ ସୁରକ୍ଷା ଓ ସଂସ୍କୃତି ଅଧିକାରୀ କାଜଲ କୁମାର ସାହୁ ଯୋଗ ଦେଇଥିବାବେଳେ, ଭିନ୍ନକ୍ଷମ କଣ୍ଠଶିଳ୍ପୀ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ସାରଳା ଘଟନୃତ୍ୟ ର ନିର୍ଦ୍ଦେଶକ ଓ ଉପସ୍ଥାପକ ରମାକାନ୍ତ ରାଉଳ, ବିଶିଷ୍ଟ ଖ୍ୟାତନାମା ଗୀତିକାର ଅରୁଣ ମନ୍ତ୍ରୀ,ଆକାଶବାଣୀ କଟକ ର ସମ୍ବାଦ ପାଠକ ଓ ସିରିଏଲ ର ନିର୍ଦ୍ଦେଶକ ଜୟ ପ୍ରକାଶ ମହାନ୍ତି, ପ୍ରତ୍ୟାବର୍ତ୍ତନ ର ପ୍ରତିଷ୍ଠାତା ତଥା ତରଙ୍ଗ ର ସହପ୍ରଯୋଜକ ଦେବୀଦତ୍ତ ମହାନ୍ତି, ୟୁଟୁବ ର ଖ୍ୟାତନାମା କଳାକାର କୁମାର ସାନୁ ପ୍ରମୁଖ ଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର, ଶୀଲ, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା l ସମ୍ବର୍ଦ୍ଧିତ କଳାକାର ମାନେ ନିଜନିଜର ଅନୁଭବ ଅନୁଭୂତି କଥା କହିଲା ବେଳେ ସଭାସ୍ଥଳ ରେ ଖୁସିରମହାଲ ଦେଖିବାକୁ ମିଳିଥିଲା l ବାଣୀକ୍ଷେତ୍ର ଝଙ୍କଡ଼ ମାଟିରେ ଏହି ସମସ୍ତ କଳାକାର ମାନଙ୍କୁ ନେଇ ଏକ ଟିମଗଠନ କରାଯାଇ, କାର୍ଯ୍ୟକ୍ରମ କୁ ସୁଦୂର ପ୍ରସାରି କରିବା ପାଇଁ ବିଡ଼ିଓ ଶ୍ରୀ ମଲ୍ଲିକ ଆହ୍ୱାନ ଦେଇଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବା କ୍ଷେତ୍ରରେ ବ୍ଲକ ପ୍ରଶାସନର ସମସ୍ତ ପଦାଧିକାରୀ ଓ କର୍ମଚାରି ମାନେ ସକ୍ରିୟ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *