ଝଙ୍କଡ଼ରେ ଶୋକର ଛାୟା: ମା’ ସାରଳାଙ୍କୁ କ୍ଷୀର ଯୋଗାଉଥିବା ଧର୍ମପ୍ରାଣା ରଙ୍ଗଲତା ଦାସଙ୍କ ପରଲୋକ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼ : ବର୍ଷବର୍ଷ ଧରି ମା’ ସାରଳା ଠାକୁରାଣୀଙ୍କ ପ୍ରାତଃ ମାର୍ଜ୍ଜନା ନିମନ୍ତେ ଶୁଦ୍ଧ ଗାଈକ୍ଷୀର ଯୋଗାଇ ଆସୁଥିବା ଧର୍ମପ୍ରାଣା ମହିଳା ରଙ୍ଗଲତା ଦାସ (୯୨)ଙ୍କର ପରଲୋକ ହୋଇଯାଇଛି। ଗତ ପବିତ୍ର ପଣା ସଂକ୍ରାନ୍ତି ଦିନ ମଧ୍ୟାହ୍ନରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ତାଙ୍କ ମରଶରୀର ନିଜ ଜନ୍ମମାଟି କନକପୁରରେ ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବସନ୍ତବଗିଚା ସ୍ଥିତ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିବା ବେଳେ ବଡ଼ପୁଅ ସତ୍ୟାନନ୍ଦ ଦାସ (ବୁଗୁଲି) ମୁଖାଗ୍ନି ଦେଇଥିଲେ। ଏହି ଶେଷକୃତ୍ୟ ସମୟରେ ନିରଞ୍ଜନ ଦାସ, ପ୍ରଦୀପ୍ତ ଦାସ, ରବି ଦାସ, ବିନୋଦ ବେହେରା, ରାକେଶ କୁମାର ଦାସ, ଆଶିଷ ଦାସ, ବ୍ରଜକିଶୋର ଦାସ, ଲକ୍ଷ୍ମୀଧର ଦାସ, ବୈଷ୍ଣବ ଚରଣ ସାହୁ, ପ୍ରଣୟ କୁମାର ମହାନ୍ତି, ବସନ୍ତ କୁମାର ସାହୁ, ଶରତ ସାହୁ, ନିଲୁଆ, ଛବି, ଜିତୁ, ଆଦର୍ଶ ଓ ବାବୁଲାଙ୍କ ସମେତ ବହୁ ସଂଖ୍ୟାରେ ଆତ୍ମୀୟସ୍ୱଜନ ଓ ଗ୍ରାମବାସୀ ଶବ ଶୋଭାଯାତ୍ରାରେ ସାମିଲ ହୋଇ ସ୍ୱର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମା’ଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ଏହି ପୁଣ୍ୟାତ୍ମାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *