ଗୋବିନ୍ଦପୁର ଗ୍ରାମରେ ଶନିଦେବଙ୍କ ନୂତନ ପ୍ରତିଷ୍ଠା ମହୋତ୍ସବ

ରାଜ୍ୟ
Spread the love

ଝଙ୍କଡ଼  : ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, ଗୋବିନ୍ଦପୁର ଗ୍ରାମର, ସାରଳା କେନାଲ ପୋଲ, ପାର୍ଶ୍ଵ ରେ 2014 ମସିହା ରୁ ପୂଜାପାଉଥିବା ଶ୍ରୀ ଶ୍ରୀ ଶନିଦେବଙ୍କର ଏକ ନୂତନ ଭବ୍ୟମନ୍ଦିର ପ୍ରତିଷ୍ଠା ମହୋତ୍ସବ ଗତ ଏପ୍ରିଲ 19 ତାରିଖ ରବିବାର ଠାରୁ ଆରମ୍ଭ ହୋଇ ଆସନ୍ତା ପଚିଶତାରିଖ ଶନିବାର ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ ମାନେ ସୂଚନା ଦେଇଛନ୍ତି l ଏହି ଉପଲକ୍ଷେ ଅଙ୍କୁରା ରୋପଣ, ବର୍ଣ୍ଣl ଢ୍ୟ କଳସଶୋଭାଯାତ୍ରା, ଯଜ୍ଞମଣ୍ଡପରେ ଅଗ୍ନି ସ୍ଥାପନ ଓ ଆହୁତିପ୍ରଦାନ କରାଯାଉଛି l

ଏକୋଇଶୀ ତାରିଖ ମଙ୍ଗଳବାର ଦିନ ବିଗ୍ରହପ୍ରତିଷ୍ଠା, ବାଇଶି ତାରିଖ ରେ ବିଶ୍ଵଶାନ୍ତିଯଜ୍ଞ ରେ ପୂର୍ଣ୍ଣାହୁତି ପ୍ରଦାନ, ତେଇଶି ଓ ଚବିଶ ତାରିଖରେ ମହାମନ୍ତ୍ର ନାମଯଜ୍ଞ ଓ ପଚିଶ ତାରିଖ ଶନିବାର ଦିନ ନଗରକୀର୍ତ୍ତନ, ମହୋତ୍ସବ ଓ ଶନିଦେବ ଙ୍କ ନିକଟରେ ସମୂହ ଜଳାଭିଷେକ କରାଯିବ l ପଣ୍ଡିତ ଗୌରାଙ୍ଗ ନନ୍ଦ ମୁଖ୍ୟଆଚାର୍ଯ୍ୟ, ଆଲୋକ କୁମାର ନନ୍ଦ ପୁସ୍ତକାଚାର୍ଯ୍ୟ ଓ ତପନ କୁମାର ଆଚାର୍ଯ୍ୟ, ଉଦ୍ଦିତ କୁମାର ଆଚାର୍ଯ୍ୟ ଓ ପ୍ରଭାସ କୁମାର ଆଚାର୍ଯ୍ୟ ସହକାରୀ ଆଚାର୍ଯ୍ୟ ଭାବେ ଯଜ୍ଞ ପରିଚାଳନା କରିଥିବାବେଳେ ଦୀପକ କୁମାର ଦାଶ ଓ ନମିତା ଦାଶ କର୍ତ୍ତା କର୍ତ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ଲକ୍ଷ୍ମୀଧର ଦାଶ (ଚଗଲି ) ପ୍ରୀତିରଞ୍ଜନ ଦାଶ, ପ୍ରଣୟ କୁମାର ଦାଶ, ଅରକ୍ଷିତ ପରିଡା, ଶୁଭ୍ରଜିତ ସ୍ୱାଇଁ, ପ୍ରଶାନ୍ତ କୁମାର ରାଉତ, ଅଜୟ କୁମାର ପରିଡା, ସୁଶାନ୍ତ ଲେଙ୍କା, ଆଶିଷ ରଞ୍ଜନ ପରିଡା, ବିଜୟ କୁମାର ସ୍ୱାଇଁ, ସୁରଜ କୁମାର ଦାଶ ଓ ଜଗବନ୍ଧୁ ସ୍ୱାଇଁ ଙ୍କ ସମେତ ଗୋବିନ୍ଦପୁର ଗ୍ରାମବାସୀ ମାନେ ପରିଚାଳନା କରୁଅଛନ୍ତି l

Leave a Reply

Your email address will not be published. Required fields are marked *