ଝଙ୍କଡ଼ : ମା ସାରଳା ଠାକୁରାଣୀ ଙ୍କ ପ୍ରାତଃ ମାର୍ଜନା ପାଇଁ ଜୀବନବ୍ୟାପି ଗାଈକ୍ଷୀର ଯୋଗାଇଆସୁଥିବା, ଧର୍ମ ପ୍ରାଣା ମହିୟସୀ ମହିଳା ରଙ୍ଗଲତା ଦାସ ଙ୍କ ପବିତ୍ର ଏକାଦଶାହ ଉପଲକ୍ଷେ ତାଙ୍କର କନକପୁର ସ୍ଥିତ ବାସଭବନ ରେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସତ୍ୟାନନ୍ଦ ଦାସ ଓ ବ୍ରଜକିଶୋର ଦାସ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ,ପ୍ରାରମ୍ଭରେ ଦିବଂଗତ ଆତ୍ମା ର ସଦଗତି କାମନା କରି ନିରବପ୍ରାର୍ଥନା କରାଯାଇଥିଲା । ଆଶିଷ ଦାସ, ରବୀନ୍ଦ୍ର ଦାସ, ବିନୋଦ ବେହେରା, ସୌମ୍ୟରଞ୍ଜନ ଦାସ, ରାକେଶ ଦାସ, ରାଜେଶ ଦାସ, ମୁକେଶ ଦାସ, ଲୁକେଶ ଦାସ , ତପସ୍ୱିନୀ ଖୁଣ୍ଟିଆ, ପୂର୍ବତନ ସମିତିସଭ୍ୟ ଅଜୟ କୁମାର ରାଉଳ, ରାଜକିଶୋର ନନ୍ଦ, ଲକ୍ଷ୍ମୀଧର ଦାସ, ଓ ବିଶ୍ୱଭୂଷଣ ଦାସ ପ୍ରମୁଖ ସ୍ବର୍ଗତା ରଙ୍ଗଲତା ଙ୍କ ବିଷୟରେ ନିଜନିଜର ଅନୁଭୂତି ଓ ଅନୁଭବ ର ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ସଙ୍ଗୀତ। ଦାସ, କାଞ୍ଚନ, ସରିତା, ଶୁଭସ୍ମିତା, ମଧୁସ୍ମିତା, ରୁଚିସ୍ମିତା, ଶୈଳବାଳା, ମନୋରମା, ନୟନା, ପତିତପାବନ, ସୁରେଶ, ଲୋଚନ, ନୟନା, ଦାମୋଦର, ବିଶ୍ୱନାଥ, ଲୋକନାଥ, କାଶୀନାଥ, ସ୍ଵାଗତିକା, ଆକାଶ, ସୁଜାତା, ଓଁକାର ଅଭିଷେକ, ରାମପ୍ରକାଶ, ସୁଜାତା, ବାବୁଲି, କାନନ ଓ ସୁଜାତା ପ୍ରମୁଖ ପରିଚାଳନା କରିଥିଲେ । ସାରଳା ମନ୍ଦିରର ସମସ୍ତ ପ୍ରଶାସନିକ ଅଧିକାରୀ ଓ ସେବାୟତ ମାନେ ମଧ୍ୟ ସ୍ୱତନ୍ତ୍ରନିମନ୍ତ୍ରିତ ଅତିଥିଭାବେ ଏଥିରେ ଅଂଶ ଗ୍ରହଣ କରିଥିଲେ ।
