ସାରଳାଙ୍କ ନିତ୍ୟସେବକ ନରେନ୍ଦ୍ର ରାଉଳଙ୍କ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା

ରାଜ୍ୟ
Spread the love

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ନିତ୍ୟସେବକ,ନରେନ୍ଦ୍ରନାଥ ରାଉଳ ଙ୍କ ପବିତ୍ର ଏକାଦଶାହ ଉପଲକ୍ଷେ, ତାଙ୍କର କନକପୁର ଦେଉଳି ସ୍ଥିତ ବାସଭବନ ରେ, କନକପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ନମିତା ରାଉଳ ଙ୍କ ସଭାପତିତ୍ବ ରେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଗତ ମଙ୍ଗଳବାର ସନ୍ଧ୍ୟା ରେ ଏହି କାର୍ଯ୍ୟକ୍ରମ ରେ ଦିବଂଗତ ଆତ୍ମାର ସଦଗତି କାମନା ନିମନ୍ତେ ଦୁଇମିନିଟ ନିରବପ୍ରାର୍ଥନା କରାଯାଇଥିଲା । ରୁଦ୍ରପ୍ରସାଦ ରାଉଳ ( ଲିଟୁ ) ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ, ବରିଷ୍ଠସେବାୟତ ରମାକାନ୍ତ ରାଉଳ ଗୀତାପାଠ କରିଥିଲେ ।

ଏଥିରେ ଆଇନୀଜୀବି ରାଜକିଶୋର ବେହେରା, ସାରଳାମଣ୍ଡଳ ବିଜେପି ସଭାପତି ଶୁଭ୍ରକାନ୍ତ ରଣା, ଧ୍ରୁବଚରଣ ରାଉଳ, ସୁରେନ୍ଦ୍ର ରାଉଳ, ଶରତ ମହାପାତ୍ର, ଦେବାଶିଷ ନାୟକ, ମାନସ ସେନାପତି, ସୁଶାନ୍ତ ସିଂହ, ସୂର୍ଯ୍ୟମଣି ରାଉଳ, ରାଜକିଶୋର ରାଉଳ, ନୃସିଂହ ଚରଣ ରାଉଳ, ଦିବ୍ୟପ୍ରତୀକ ମହାପାତ୍ର, ଈଶାନ ମିଶ୍ର, ଆୟାଂଶ ନାୟକ, ସୁର୍ଭି ସେନାପତି, ସାନରୀ ନାୟକ ଓ ସିଦ୍ଧାର୍ଥ ଶଙ୍କର ରାଉଳ ପ୍ରମୁଖ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ନରେନ୍ଦ୍ର ନନା ଙ୍କ ସହିତ ନିଜନିଜର ଅନୁଭୂତି ଅନୁଭବ ର ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତେବେ ଏହି ସମସ୍ତକାର୍ଯ୍ୟକ୍ରମ କୁ ସସ୍ମିତା, ସୁମିତ୍ରା, ମହେଶ୍ଵେତା, ସଂଯୁକ୍ତା, ସଂଘମିତ୍ରା, ଭବାନୀ ଶଙ୍କର, ଉମାଶଙ୍କର, ତୁଷାରକାନ୍ତ, ମିନାକ୍ଷୀ, ସତ୍ୟଭାମା, ସୁଶାନ୍ତ ଓ ଅଭୟ ରାଉଳ ପ୍ରମୁଖ ପରିଚାଳନା କରିବାକ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *