ଝଙ୍କଡ : ତିର୍ତ୍ତୋଲ ସମ୍ବାଦ ସାହିତ୍ୟ ଘର ତରଫରୁ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କର ୧୨୯ ତମ ଜନ୍ମ ଡୟନ୍ତୀ ସଂପାଦକ ପଣ୍ଡିତ ବାସବ ନନ୍ଦ ଙ୍କ ଅଧ୍ଯକ୍ଷ ତାରେ ଶାରଳା ରୋଡ୍ ନିକଟସ୍ତ ଶାରଳା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ଆଲୋଚନା ସଭାରେ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି, ପ୍ରାଧ୍ୟାପିକା ଡ ବିଷ୍ଣୁପ୍ରିୟ। ଦାସ ମୁଖ୍ୟ ବକ୍ତା , ସସ୍ମିତା ସାହିତ୍ୟ ସଂସଦର ସଂପାଦକ ସମ୍ମାନନୀୟ ବ୍ୟକ୍ତା ଭାବରେ ଉପସ୍ଥିତ ଥିଲେ । ମଧୁବାବୁ ପ୍ରକୃତରେ ଓଡିଆ ଜାତିର ରକ୍ଷାକର୍ତ୍ତା ଏବଂ ତାଙ୍କର କଠୋର ଉଦ୍ୟମ ଫଳରେ ଆମ ଜାତି ଆଜି ସ୍ୱାଭିମାନ ରେ ବଂଚି ରହିଛି ବୋଲି ମତ ରଖି ଥିଲେ ।
ଏହି ସାର ଗର୍ଭକ ଆଲୋଚନାରେ ଝୁଲରାମ ଦାସ, ସବିତା ନାୟକ ଅଞ୍ଜନା ମହାନ୍ତି ,ଧର୍ମାନନ୍ଦ ମଲ୍ଲିକ , ଆଶିଷ କୁମାର ପରିଜା ,ଅନୀଲ ମହାନ୍ତି, ବିକାଶ ଚନ୍ଦ୍ର ପରିଜା , ହେମନ୍ତ କୁମାର ନାୟକ, ରବିନାରାୟଣ ପଣ୍ଡା, ନିତ୍ୟାନନ୍ଦ ନାୟକ, ଦିଗମ୍ବର ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସର୍ବ ଶେଷରେ ପ୍ରଭାତ କୁମାର ପରିଜା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
